ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏଟିଏମକୁ ଏକୁଟିଆ ପଇସା ଉଠାଇବାକୁ ଯାଉଥିଲେ ସାବଧାନ । ରାଜଧାନୀରେ ସକ୍ରିୟ ହୋଇଛନ୍ତି ଏଟିଏମ୍ ଲୁଟେରା । ରାଜଧାନୀର ଚନ୍ଦ୍ରଶେଖରପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଦୁଇ ଜଣ ଯୁବତୀ ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ । ତେବେ ଜଣେ ଯୁବତୀ ପଇସା ଉଠାଉଥିବା ସମୟରେ ବାହାର ଆଡୁ ଜଣେ ଯୁବକ ଆସି ଯୁବତୀଙ୍କ ହାତରୁ ଟଙ୍କା ଭର୍ତ୍ତି ପର୍ସ ଛଡାଇ ନେଇଥିଲେ । ଚୋରି ସମୟର ସମସ୍ତ ଦୃଶ୍ୟ ଏଟିଏମର ସିସିଟିଭିରେ ରେକର୍ଡ ହୋଇଥିଲା ।
ଯୁବତୀଙ୍କ ପର୍ସରେ ୪୧ ହଜାର ଟଙ୍କା ରହିଥିଲା । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରିଥିଲା । ତଦନ୍ତ ପହରେ ନୟାପଲ୍ଲୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କମିଶନରେଟ ପୋଲିସର ଏହି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ଏଟିଏମ ରୁ ଟଙ୍କା ଉଠେଇଲେ ମହିଳା
ଟଙ୍କା ଥିବା ବ୍ୟାଗ କୁ ଝାମ୍ପି ନେଲା ଲୁଟେରା
ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେଲା
ନୟାପଲ୍ଲୀ ଥାନା ଅଧିକାରୀ ଲୁଟେରାକୁ ଗିରଫ କଲେ
Good job by @cpbbsrctc @dcpbbsr @usd_ind @saratsahu_cop @odisha_police pic.twitter.com/ET7ysRBG9h— Somyajeet Sinha (@SomyajeetKanak) July 16, 2021