ବୟସ ୧୦୦ ବର୍ଷ, କିନ୍ତୁ ପିଲାଙ୍କୁ ପଢ଼ାଇବା ପାଇଁ ଟାଣ ଖରାରେ ଟ୍ରଲିରେ ବିକ୍ରି କରୁଛନ୍ତି ପରିବା

ନୂଆଦିଲ୍ଲୀ: ପଞ୍ଜାବର ଜଣେ ବୃଦ୍ଧ ପ୍ରମାଣ କରିଦେଖାଇଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା ମାତ୍ର । କାରଣ ଏହି ବୃଦ୍ଧ ଜଣକ ୧୦୦ ବର୍ଷ ବୟସରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାସ୍ତାଘାଟରେ ପରିବା ବିକ୍ରି କରୁଛନ୍ତି । ତାଙ୍କ ନାଁ ହେଉଛି ହରବଂସ ସିଂ । ସେ ନିତି ଟ୍ରଲିରେ ଆଳୁ ଏବଂ ପିଆଜ ବିକ୍ରି କରନ୍ତି । ସେ ଏ ବୟସରେ ନିଜ ପିଲାମାନଙ୍କ ପାଇଁ ଟାଣ ଖରାରେ ଏହିଭଳି ଭାବରେ ପରିବା ବିକ୍ରି କରନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଅମ୍ରିତସର ଅଞ୍ଚଳର ଏକ ସ୍ଥାନରେ ସକାଳରୁ ସଞ୍ଜ ଯାଏଁ ବସି ପରିବା ବିକ୍ରି କରନ୍ତି । ହରବଂସ ନିଜର ନାତି-ନାତୁଣୀକୁ ପାଠ ପଢ଼ାଇବା ପାଇଁ ପରିଶ୍ରମ କରନ୍ତି । ହରବଂସଙ୍କ ପୁଅଙ୍କର ନିଧନ ହେବା ପରେ ନାତି ନାତୁଣୀଙ୍କର ସବୁକଥା ସେ ବୁଝନ୍ତି । ଅନ୍ୟପଟେ ସେମାନଙ୍କ ମା’ ସେମାନଙ୍କ ପରିବାର ଠାରୁ ଅଲଗା ହୋଇଯାଇଛନ୍ତି । ତେଣୁ ନାତି ନାତୁଣୀଙ୍କର ସବୁକଥା ତାଙ୍କୁ ବୁଝିବାକୁ ପଡ଼େ । ତାଙ୍କର ଆଉ ଗୋଟିଏ ପରିବାର ଠାରୁ ଅଲଗା ହୋଇ ରହୁଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, ତାଙ୍କୁ ସହାୟତା ପାଇଁ ଅନେକ ଆଡୁ ଆର୍ଥିକ ସହାୟତା ଦିଆଯାଇଥିଲେ ସୁଦ୍ଧା ସେ ତାକୁ ଗ୍ରହଣ କରିନଥିଲେ । ସେ କୁହନ୍ତି ଯେ, ଭଗବାନଙ୍କ ଦୟାରୁ ତାଙ୍କ ପାଖରେ ଅନେକ କିଛି ଅଛି । ତେଣୁ ସେ ନିଜେ ରୋଜଗାର କରି ବଞ୍ଚିବେ ।