fbpx
BSKY SKY
BSKY SKY

ବଞ୍ଜାରୀ ଘାଟି ନିକଟରୁ ମିଳିଲା ୭ଟି ଆଇଇଡି, ଯବାନ ନେଲେ ତୁରନ୍ତ ଆକ୍ସନ

BSKY

ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ପୋଖରୀବନ୍ଧଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରୁ ଜବତ ହୋଇଛି ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ । କିଡିଙ୍ଗ ଠାରୁ ସାନ୍ତପୁର ମଧ୍ୟରେ ଥିବା ବଞ୍ଜାରୀ ଘାଟି ନିକଟରେ ପଡ଼ିଥିବା ଏହି ସବୁ ବିସ୍ଫୋରକ ସାମଗ୍ରୀକୁ ପୋଲିସ୍ ଜବତ କରିବା ସହ ସିଆରପିଏଫକୁ ଖବର ଦେଇଥିଲା ।

ନିଷ୍କ୍ରିୟ ହୋଇ ପଡ଼ିଥିବା ଏହି ୭ଟି ଆଇଇଡି ବିଭିନ୍ନ ପଥର ଖାଦାନରେ ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥାଏ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ କେହି ଦୁର୍ବୃତ୍ତ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ତେବେ ନର୍ଲା ପୋଲିସ ପକ୍ଷରୁ ସିଆରପିଏଫ୍ କମାଣ୍ଡେଣ୍ଟ୍ ସୁରେଶ କୁମାରଙ୍କୁ ଖବର ଦିଆଯାଇଥିଲା । ଏହା ପରେ ସିଆରପିଏଫ୍ ଯବାନ ସହିତ ବମ୍ବ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ବଞ୍ଜାରୀ ଘାଟି ନିକଟ ରାସ୍ତାର ଉଭୟ ପାର୍ଶ୍ୱ ଯାଞ୍ଚ କରାଯାଇଥିଲା । କଡ଼ାକଡ଼ି ଯାଞ୍ଚ କରାଯିବା ପରେ ଏହି ଦ୍ରବ୍ୟ ନିଷ୍କ୍ରିୟ ହୋଇ ପଡ଼ିଥିବା ତଥା ଏହି ଦ୍ରବ୍ୟ ବିସ୍ଫୋରକ ହୋଇଥିଲେ ହେଁ ବିସ୍ଫୋରଣ ଅବସ୍ଥାରେ ନଥିବା ଯବାନମାନେ ପ୍ରକାଶ କରିଥିଲେ । ସିଆରପିଏଫ୍ କମାଣ୍ଡେଣ୍ଟ୍ ସୁରେଶ କୁମାର, ନର୍ଲା ଡିଏସପି ଅଭିଷେକ ପାଣିଗ୍ରାହୀ ଓ ସିକେରକୁପା ପାଣ୍ଡି ଅଧିକାରୀ ସୁବାସ ଗୁରୁଙ୍କ ଉପସ୍ଥିତରେ ଏହି ସବୁ ବିସ୍ଫୋରକ ଦ୍ରବ୍ୟ ଜବତ୍ କରାଯାଇଥିବା ସୂଚନା ମିଳିଛି । ସିଆରପିଏଫ୍ ଯବାନଙ୍କ ତୁରନ୍ତ ପଦକ୍ଷେପକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.