fbpx

ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ ପରେ ନିର୍ଯାତନା, ମୁକ୍ତ କରିବା ପରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ: ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ କରାଯାଇଛି ଅପହରଣ । କିନ୍ତୁ ଅପହରଣକାରୀ ମାନେ ଅପହରଣର କିଛି ସମୟ ପରେ ମୁକ୍ତ କରିଦେଇଛନ୍ତି ସତ କିନ୍ତୁ ତାଙ୍କୁ ଅନେକ ନିର୍ଯାତନା ଦିଆଯାଇଛି । ସୂଚନା ଅନୁସାରେ, ପାକିସ୍ତାନରେ ଥିବା ଆଫଗାନ ରାଷ୍ଟ୍ରଦୂତ ନଜୀବୁଲ୍ଲାହ ଅଲିଖିଲଙ୍କ ଝିଅ ସିଲସିଲା ଅଲିଖିଲଙ୍କୁ ଅପହରଣ କରାଯାଇଥିଲା । ହେଲେ ତାଙ୍କୁ ଛାଡ଼ିବା ପୂର୍ବରୁ ବହୁ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି । ଏନେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏହାର କଡ଼ା ନିନ୍ଦା କରିବା ସହିତ ପାକସ୍ତାନରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କ ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦେଇଛି ।

ଅପହରଣକାରୀ ମାନେ ତାଙ୍କୁ ନିର୍ଯାତନା ଦେବା ସହ ଗୁରୁତର ଅବସ୍ଥାରେ ତହଜୀବ ବେକରୀ ନିକଟରେ ଛାଡ଼ିଦେଇ ଚାଲିଯାଇଥିଲେ ଅପହରଣକାରୀ । କିନ୍ତୁ କିଏ ସିଲସିଲାଙ୍କୁ ଅପହରଣ କରିଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆହତ ସିଲସିଲା ଅଲିଖିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଫଗାନିସ୍ତାର ବୈଦେଶିକ ମନ୍ତ୍ରାଳୟ ଘଟଣାକୁ ନିନ୍ଦା କରିବା ସହ ପାକିସ୍ତାନରେ ମୁତୟନ ସମସ୍ତ ଅଧିକାରୀଙ୍କ ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦେଇଛି । ଘଟଣା ସମ୍ପର୍କରେ ପାକ୍‌ ବୈଦେଶିକ ମନ୍ତ୍ରାଳୟକୁ ଅବଗତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯିବ ବୋଲି ଆଫଗାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.