fbpx

ରାଜ୍ୟ କ୍ୟାବିନେଟର ୧୫ ପ୍ରସ୍ତାବକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ।  ଓଡ଼ିଶା ଷ୍ଟେଟ ୱାଇଡ୍ ଏରିଆ ନେଟୱାର୍କ (OSWAN) ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ । ଆଇଟି ଭିତ୍ତିଭୂମି ବଢ଼ାଇବ OSWAN, ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା । CETକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । OUTR ଢ଼ାଞ୍ଚାରେ CET ହେବ ଏକକ ବିଶ୍ୱବିଦ୍ୟାଳୟ । ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ହେବ ପ୍ରଶସ୍ତୀକରଣ । ପ୍ରଶସ୍ତୀକରଣରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା । ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ହେବ ପ୍ରଶସ୍ତୀକରଣ । ପ୍ରଶସ୍ତୀକରଣରେ ଖର୍ଚ୍ଚ ହେବ୧୦୨.୬୫ କୋଟି ଟଙ୍କା । ରାସ୍ତାକୁ ଦୁଇ ଲେନ କରାଯିବ । ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲିଟି ଛାଡ଼ । ଖଣ୍ଡୋଲାଇଟ୍ ପଥର ଅବଢା ଯୋଜନା ଓ ଅନ୍ୟ ଐତିହ୍ୟ ସ୍ଥଳ ବିକାଶରେ ଲାଗିବ । ୩ଟି ଜିଲ୍ଲାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ । ସୁନ୍ଦରଗଡ଼, କେନ୍ଦୁଝର, କଟକ ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ।

Get real time updates directly on you device, subscribe now.