fbpx

ରାସ୍ତାକଡ଼ ଗଛରେ ପିଟିହେଲା କାର୍, ୨ ଜଣଙ୍କ ଜୀବନ ଚାଲିଗଲା

କଟକ(ଓଡ଼ିଶା ଭାସ୍କର): କଟକ-ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟ ଚୌଧୁରୀଗଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ ଗଛରେ ପିଟି ହେଲା କାର୍ । ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭର ସହ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ କାର୍ ପଛ ସିଟରେ ବସିଥିବା ମାଆପୁଅ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ କୁଜଙ୍ଗ ହସ୍ପିଟାଲ ନିଆଯିବା ପରେ କଟକ ରେଫର୍ କରାଯାଇଛି । ପାରାଦୀପ ପଟୁ କଟକ ଆଡ଼କୁ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯାଇଥିଲା । ମୃତ ବ୍ୟକ୍ତି ପାରାଦୀପ ଇଫକୋ କମ୍ପାନୀର ଜଣେ ମ୍ୟାନେଜର ବୋଲି ଜଣାପଡ଼ିଛି । ସେ ଏକ ଘରୋଇ କାରରେ ପତ୍ନୀ ଓ ୧୫ ବର୍ଷ ବୟସ୍କ ପୁଅ ସହିତ ପୁରୀସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.