fbpx

ୱାଲମାର୍ଟ ଦେବ ୯୩୨ କୋଟି ଫାଇନ୍; ଦିବ୍ୟାଙ୍ଗଙ୍କୁ ଚାକିରିରୁ ବାହାର କରିଥିଲା

ନୂଆଦିଲ୍ଲୀ: କରୋନା ସମୟର ଦ୍ୱାହି ଦେଇ ଏକାଧିକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ତେବେ ଆମେରିକୀୟ କମ୍ପାନୀ ୱାଲମାର୍ଟକୁ ଜଣେ କର୍ମଚାରୀଙ୍କ ଛଟେଇ ମହଙ୍ଗା ପଡିଛି । ଜଣେ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କାଢିବା କାରଣରୁ କମ୍ପାନୀ ଏବେ ୯୩୨ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଯାଉଛି । ଆମେରିକୀୟ ଦିବ୍ୟାଙ୍ଗ ଆଇନ ଅନୁଯାୟୀ ଶୁକ୍ରବାର କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ମାର୍ଲୋ ସ୍ପାଏଥ୍ ନାମକ ଏହି ମହିଳା ଜଣକ ଛଟେଇ ପୂର୍ବରୁ ୧୬ ବର୍ଷ ଧରି ୱାଲମାର୍ଟ ପାଇଁ କାର୍ଯ୍ୟ କରୁଥିଲେ ।

ସ୍ପାଏଥ୍ ଡାଉନ୍ ସିଣ୍ଡ୍ରୋମ୍ (ମାନସିକ ଅସୁସ୍ଥ) ରୋଗର ଶିକାର ହୋଇଥିଲେ । ଏହି ରୋଗ କାରଣରୁ ତାଙ୍କୁ ନିଜ ସମୟାବଳୀ ଅନୁଯାୟୀ କାମ କରିବାରେ ଅସୁବିଧା ହେଉଥିଲା । ଏହାକୁ ଆଳ କରି କମ୍ପାନୀ ପକ୍ଷରୁ ତାଙ୍କର ଛଟେଇ କରାଯାଇଥିଲା । ସ୍ପାଏଥ୍ ନିଜ ପୂର୍ବ ସୂଚୀରେ ୬୦ରୁ ୯୦ ମିନିଟର ରିହାତି ଚାହିଁଥିଲେ ହେଁ ତାଙ୍କର ଛଟେଇ ହୋଇଥିଲା । ଛଟେଇ ବିରୋଧରେ ସ୍ପାଏଥ୍ ଗ୍ରୀନ ବେ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ମାମଲାର ବିଚାର କରି ୱାଲମାର୍ଟକୁ ୧୨୫ ମିଲିୟନ୍ ଡଲାରର(୯୩୨ କୋଟି) ଅର୍ଥଦଣ୍ଡ ଶୁଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୱାଲମାର୍ଟ ମହିଳାଙ୍କୁ ଚାକିରିରେ ନ ରଖିବା କାରଣରୁ ୨୦ ମିଲିୟନ୍ ଡଲାରର ଫାଇନ ଦେଇଥିଲା ।

Get real time updates directly on you device, subscribe now.