fbpx

ଭୋଗିଲେ ୫ ବର୍ଷ, ତାପରେ ପ୍ରେମିକାକୁ ଛାଡ଼ି ଛୁ

କବିସୂର୍ଯ୍ୟନଗର(ଓଡ଼ିଶା ଭାସ୍କର): ଗୁଜରାଟରେ ପ୍ରେମ ହେଲା, ହେଲେ ପରିସ୍ଥିତି ଏଭଳି ହେଲା ଯେ ଗଞ୍ଜାମରେ ମାମଲା ପହଞ୍ଚିଲା । ଏଭଳି ଏକ ଘଟଣା କବିସୂର୍ଯ୍ୟନଗର ଥାନାରେ ପହଞ୍ଚିଛି । ଦୀର୍ଘ ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡ଼ି ଚାଲିଆସିଲେ । ଆଉ ପୀଡ଼ିତା ତାଙ୍କୁ ଖୋଜିଖୋଜି ସିଧା ପହଞ୍ଚିଗଲେ ଗଞ୍ଜାମର ସମ୍ପୃକ୍ତ ଯୁବକଙ୍କ ଅଞ୍ଚଳରେ ।

ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଗ୍ରାମର ଅରେନ୍ଦ୍ର କରଣ ଗୁଜରାଟ ସୁରଟରେ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ଦୀର୍ଘ ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ପରେ ଯୁବତୀଙ୍କୁ ଛାଡ଼ି ଲୁଚି ପଳାଇ ଆସିଥିଲେ । ତେବେ ନିଜ ଗ୍ରାମରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ପ୍ରେମିକା ଗୁଜରାଟରୁ ଆସି କବିସୂର୍ଯ୍ୟନଗର ଥାନାରେ ପହଞ୍ଚି ସାରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି କବିସୂର୍ଯ୍ୟନଗର ପୋଲିସ ମାମଲା ରୁଜୁ କରିବା ସହ ଯୁବତୀକୁ କୋର୍ଟରେ ହଜାର କରାଇଥିଲା । ପରେ ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହରେ ତାଙ୍କୁ ଥଇଥାନ କରାଯାଇଛି । ଅନ୍ୟପଟେ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇନି ପୋଲିସ୍୍ । ପୀଡ଼ିତା ଅନ୍ୟରାଜ୍ୟର ହୋଇଥିବାରୁ ତାଙ୍କ ସହଯୋଗରେ କହି ନାହାନ୍ତି । କିନ୍ତୁ ପୋଲିସ ତାଙ୍କ ପ୍ରେମିକକୁ ଗିରଫ କରିବା ସହ ତାଙ୍କ ସାଥୀରେ ରେଜିଷ୍ଟ୍ରି ମ୍ୟାରେଜ ନକରାଇଲେ ପ୍ରେମିକର ଘର ଆଗରେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତା ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.