fbpx

ଚାରି ଦିନିଆ ନବରଙ୍ଗପୁର ଗସ୍ତରେ ତୁଷାରକାନ୍ତି ବେହେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲାରେ ଚାରି ଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ କ୍ରୀଡା, ଯୁବ ବ୍ୟାପାର ବୈଦ୍ୟୁତିକ ଓ ବୈଷୟିକ ମନ୍ତ୍ରୀ ତଥା ବିଜେଡ଼ିର ନବରଙ୍ଗପୁର ଜିଲ୍ଲା ପର୍ୟ୍ୟବେକ୍ଷକ ତୁଷାର କାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସରିଛି । ଉମରକୋଟ ଡ଼ିଏନକେ ପଡିଆ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ସମ୍ବୋଧନ ଦେଇଥିଲେ ସ୍ଥାନୀୟ ନେତୃବୃନ୍ଦ। ଜିଲ୍ଲାକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ସହ ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ଯୁବଗୋଷ୍ଠି ଯୋଗ ଦେଇଛନ୍ତି ।

ସରକାରଙ୍କ ଜଣ କଲ୍ୟାଣ ଯୋଜନା କୁ ଘରେ ଘରେ ପହଞ୍ଚା ଯିବ। ଏଥି ସହ ୱାର୍ଡ ସ୍ତର ରୁ ଆରମ୍ଭ କରି ବ୍ଲକ ସ୍ତର ଯାଏ ସଂଗଠନ ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କ୍ରୀଡା କ୍ଷେତ୍ରରେ ବର୍ତମାନ ଓଡ଼ିଶା ଏକ ବ୍ରାଣ୍ଡ ହୋଇଛି। ୨୦୨୩ ରେ ପୁଣି ହକି ୱାର୍ଲଡ଼ କପ ଅନୁଷ୍ଠିତ ହେବ । ସେଥିପାଇଁ ଭିତ୍ତିଭୂମିର ଉନ୍ନତି କରଣ ଚାଳିଛି। ବ୍ଲକ ସ୍ତରୀୟ ଖେଳାଳି ମାନଙ୍କୁ ବିଭିନ୍ନ କ୍ରୀଡା ହଷ୍ଟେଲ ରେ ରଖାଯିବ । ଏଥିସହ କଳିଙ୍ଗ ଷ୍ଟାଡିୟମରୁ କୋଚ ମାନଙ୍କୁ ଆଣି ନବରଙ୍ଗପୁର କିମ୍ବା ଉମରକୋଟରେ ତାଲିମ ଦିଆଯିବ ।

Get real time updates directly on you device, subscribe now.