fbpx
BSKY SKY
BSKY SKY

ଚୀନ ବଢ଼ାଉଛି ଚିନ୍ତା: ପ୍ରସ୍ତୁତ କଲା ସାର୍କ ଭଳି ଦିଶୁଥିବା ରୋବଟ୍, ଗୁପ୍ତରେ ଜାହାକୁ କରିପାରେ ଧ୍ଵଂସ

BSKY

ନୂଆଦିଲ୍ଲୀ: ଦୁନିଆରେ ବଛା ବଛା କିଛି ଦେଶକୁ ଛାଡ଼ିଲେ ପ୍ରାୟତଃ ସମସ୍ତ ଦେଶ ସହିତ ଚୀନର ଶତ୍ରୁତା ରହିଛି । ବିଶେଷ କରି କରୋନା ମହାମାରୀ ପରଠାରୁ ଏହି ଶତ୍ରୁତା ଅତି ବଢ଼ିଯାଇଛି । ତେବେ ଇତି ମଧ୍ୟରେ ଚୀନ ନିଜକୁ ହାଇଟେକ୍ କରିବାର ପ୍ରୟାସରେ ଲାଗିପଡ଼ିଛି । ଆଉ ଏହି ପରିପ୍ରେକ୍ଷୀରେ ଚୀନ ଏବେ ଗୋଟିଏ ସାର୍କ ଆକୃତିର ରୋବୋଟ୍ ପ୍ରସ୍ତୁତ କରିଛି । ଯାହାକୁ ଦେଶ ପକ୍ଷରୁ ପ୍ରତିରକ୍ଷା ଏକ୍ସପୋରେ ସମସ୍ତଙ୍କ ସାମନାକୁ ଆଣିଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଚୀନର ଏହି ନୁତନ ଧରଣର ଅସ୍ତ୍ର ଦୂରରୁ ଟାର୍ଗେଟ କରିବାରେ ସକ୍ଷମ ହୋଇପାରିବ । ଏକଦମ୍ ସାର୍କ ମାନଙ୍କ ପରି । ଏହାର ଆକାର ବି ଠିକ୍ ସାର୍କ ଭଳି ତିଆରି କରାଯାଇଛି । ଯେପରି ଏହା ଶତ୍ରୁଙ୍କ ଠିକଣା ଦୂରରୁ ହିଁ ଲଗାଇପାରିବ । ଏଥିସହିତ ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ମଧ୍ୟ କରାଯାଇଛି । ଏହା ଦ୍ୱାରା ଟରପେଡୋ ଫାୟାର୍ କରଯାଇପାରିବ । ଏହା ଶତ୍ରୁଙ୍କ ଜାହାଜକୁ ନିମିଷକେ ଉଡ଼ାଇପାରିବ ।

ଏହି ରୋବୋଟିକ୍ ସାର୍କ ବେଜିଂରେ ଅବସ୍ଥିତ ବୋୟା ଗୋଙ୍ଗଡାଓ ରୋବଟ୍ ଟେକ୍ନୋଲୋଜି ନାମକ ଏକ କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ଭାବରେ ବିକଶିତ ହୋଇଛି। ସୋମବାର ଦିନ କମ୍ପାନୀ ଏହାକୁ ସପ୍ତମ ଚାଇନା ମିଲିଟାରୀ ଇଣ୍ଟେଲିଜେଣ୍ଟ ଟେକ୍ନୋଲୋଜି ଏକ୍ସପୋରେ ପ୍ରଦର୍ଶନ କରିଛି। ଏହି ଡିଭାଇସ୍ ୬ ମାଇଲ୍ ସମୁଦ୍ର ବେଗରେ ଚାଲିପାରିବ । ଶତ୍ରୁ ଉପରେ ନଜର ରଖିବା ସହିତ ଏହା ଜରୁରୀ ସମୟରେ ଆକ୍ରମଣ ମଧ୍ୟ କରିପାରିବ । ଏହା ସହିତ ଚୀନ୍ ସାମରିକ ବାହିନୀ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

ଯଦିଓ ଅଧିକାଂଶ ଅଣ୍ଡର ୱାଟର ଡ୍ରୋନ୍ ଟର୍ପେଡୋ ଟ୍ୟୁବ୍ ମାଧ୍ୟମରେ ଉତକ୍ଷେପଣ କରାଯାଇ ମିଶନରେ ପଠାଯାଇଥାଏ, କିନ୍ତୁ ଏହି ରୋବୋଟିକ୍ ସାର୍କ କିପରି କାମ କରିବ ସେ ବିଷୟରେ ଚୀନ୍ ସୂଚନା କୌଣସି ଦେଇନାହିଁ । ଏହା ବ୍ୟତୀତ ଏଥିରୁ ବହୁତ କମ୍ ଶବ୍ଦ କରେ । ଯେଉଁଥିପାଇଁ ରାଡାର ଏହାକୁ ଧରିବାରେ ସକ୍ଷମ ହେବ ନାହିଁ । ଯଦି ଏହାର ଭିଡିଓ ଭିଜୁଆଲ୍ ଦୂରରୁ ନିଆଯିବାକୁ ଚେଷ୍ଟା କରାଯିବ ତେବେ ଏହା ଏକ ସମ୍ପୂର୍ଣ୍ଣ ସାର୍କ ପରି ଦେଖାଯିବ । ଏଥି ସହିତ, ଏହା ପାଣିରେ ରହିବାର କ୍ଷମତା ମଧ୍ୟ ରଖୁଚି ।

Get real time updates directly on you device, subscribe now.