fbpx

ଖୁସିଖବର: ଅଗଷ୍ଟରେ ଶସ୍ତା ହେବ ତୈଳ ଦର, ଜାଣନ୍ତୁ କଣ ରହିଛି ଓପେକର ପ୍ଲାନ୍

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ହେଉଥିବା ସମୟରେ ସାଧାରଣ ଜନତାଙ୍କୁ ଏବେ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଆକାଶଛୁଆଁ ଦରରେ ପହଞ୍ଚିଥିବା ତୈଳଦରର ମୁଲ୍ୟ ଖୁବପ୍ ଶୀଘ୍ର ଖସିପାରେ । ଏପରି କୁହାଯିବାର କାରଣ ହେଲା ଓପେକ୍ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ସହମତି ହୋଇଛି । ଯାହା ଅଧୀନରେ ଏବେ ଓପେକ୍ ଦେଶରେ ତୈଳ ଉତ୍ପାଦନ ଅଗଷ୍ଟ ଠାରୁ ବଢ଼ାଇଦେବ । ଯଦ୍ୱାରା ଉତ୍ପାଦନ ବଢ଼ିଲେ ତୈଳ ଦର ମଧ୍ୟ କମିବ ।

ତୈଳ ଉତ୍ପାଦନ ଏବଂ ରପ୍ତାନିକାରୀ ଦେଶ ସଂଗଠନ (ଓପେକ୍) ଏବଂ ଏହାର ସହଯୋଗୀ ଉତ୍ପାଦନକାରୀ ଦେଶଗୁଡ଼ିକର ଏକ ଅନଲାଇନ୍ ବୈଠକ ପରେ ରବିବାର ଦିନ ଏକ ବିବୃତ୍ତିରେ କୁହାଯାଇଛି ଯେ ଇରାକ, କୁଏତ, ଋଷ, ସାଉଦି ଆରବ ଏବଂ ୟୁଏଇର ତୈଳ ଉତ୍ପାଦନର ସୀମା ବୃଦ୍ଧି ପାଇବ। ଓପେକ୍ କହିଛି ଯେ ଅଗଷ୍ଟରୁ ଏହାର ଉତ୍ପାଦନକୁ ପ୍ରତି ମାସିକ ୪୦୦,୦୦୦ ବ୍ୟାରେଲ ବୃଦ୍ଧି କରିବ ।

ଅନଲାଇନ୍ ବୈଠକ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଶକ୍ତି ମନ୍ତ୍ରୀ ସୁହେଲ-ଅଲ-ମଜ୍ରୋଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ ତାଙ୍କର ଏଥିରେ ସମ୍ପୂର୍ଣ୍ଣ ସହମତି ରହିଛି। ଯଦିଓ ସେ ତୁରନ୍ତ ସୂଚନା ପ୍ରଦାନ କରିନାହାଁନ୍ତି, ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍ ବିନ୍ ସଲମାନ କହିଛନ୍ତି ଯେ ଉତ୍ପାଦନ ସୀମାକୁ ନେଇ ଗୋଷ୍ଠୀ ମଧ୍ୟରେ ଯୋଜନା କରାଯିବ।

Get real time updates directly on you device, subscribe now.