fbpx

୬ ମାସ ପାଇଁ ଦୁନିଆ ଭୁଲିଗଲେ: ପରିଶ୍ରମ ବନାଇଦେଲା ଆଇଏଏସ୍

ନୂଆଦିଲ୍ଲୀ: ଅଦମ୍ୟ ଇଚ୍ଛାଶକ୍ତି ରହିଥିଲେ ସବୁକିଛି ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନିଧି ସିୱାଚ୍ । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ବହୁତ ଛାତ୍ରଛାତ୍ରୀ ପ୍ରଶାସନିକ ସେବାର ଲକ୍ଷ୍ୟ ରଖିଥାନ୍ତି । ସେହି ଅଳ୍ପ କିଛି ସଫଳ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିଧି । ଆଇଏଏସ ଅଫିସର ହେବା ପୂର୍ବର ନିଜର କଠିନ ଯାତ୍ରାର ଅଭିଜ୍ଞତା ଶେୟାର କରିଛନ୍ତି ନିଧି । ଆଇଏଏସ ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ୬ ମାସ ଧରି ପୁରା ଦୁନିଆକୁ ଭୁଲି ଯାଇଥିଲେ ନିଧି । ନିଧି ନିଜ ରୁମରୁ ବାହାରକୁ ମଧ୍ୟ ବାହାରୁ ନଥିଲେ । ନିଜର ସମସ୍ତ ସମୟ ପାଠପଢାରେ ନିବେଶ କରିବା ସହିତ ନିଜକୁ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାକୁ ଦେଇନଥିଲେ । ୬ ମାସ ଧରି ନିଧଙ୍କ ଏହି ପ୍ରୟାସ ସଫଳ ହୋଇଥିଲା । ୨୦୧୮ର ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୩ ତମ ସ୍ଥାନରେ ରହିଥିଲେ ନିଧି ।

ହରିୟାଣାର ଗୁରଗ୍ରାମରୁ ଆସିଥିବା ନିଧି ଦଶମ ଓ ଦ୍ୱାଦଶରେ ୯୫ ଓ ୯୦ ପ୍ରତିଶତ ମାର୍କ ହାସଲ କରିଥିଲେ । ଏହାପରେ ମେକାନିକାଲ ଇଞ୍ଜିନିୟରିଂରେ ନିଜର ବିଟେକ୍ ସମ୍ପୂର୍ଣ୍ଣ କରି ଟେକ୍ ମହିନ୍ଦ୍ରାରେ ଡିଜାଇନ ଇଞ୍ଜିନିୟର ଭାବରେ କାମ କରିଥିଲେ । ତେବେ ୨୦୧୭ରେ ନିଜ ଚାକିରି ଛାଡି ଦେଇଥିଲେ ନିଧି ଏବଂ ୟୁପିଏସସି ପରୀକ୍ଷା ପାଇଁ କଡା ପ୍ରସ୍ତୁତି ଆରମ୍ଭ କରିଥିଲେ । ବର୍ତ୍ତମାନ ନିଧି ଗୁଜରାଟ କ୍ୟାଡରର ଆଇଏଏସ ଭାବରେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.