fbpx

ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରିର ହେଲା ଖୁଲାସା: ଏହି କାରଣ ପାଇଁ ହତ୍ୟା କରିଥିଲା ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖରେ ଭୀମଟାଙ୍ଗିରେ ଘଟିଥିବା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡଙ୍କର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଆଜି ଜେରା କରାଯାଇଛି । ତେବେ ଏୟାରଫିଲ୍ଡ ଥାନା ପୋଲିସ ଦ୍ୱାରା କରାଯାଇଥିବା ଏହି ଜେରାରେ ଜଗନ୍ନାଥ ସତ ସ୍ୱୀକାର କରିଥିବା ଜଣାପଡ଼ିଛି । ଜଗନ୍ନାଥଙ୍କୁ ପଚରାଉଚରା ପରେ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ସୂଚନା ଦେଇଥିବା ଜଣାପଡ଼ିଛି ।

ଜେରାରୁ ଜଣାପଡ଼ିଛି ଯେ, ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯିବାର ୪ ଦିନ ପୂର୍ବରୁ ସୁପରିକଳ୍ପିତ ଯୋଜନା ଜଗନ୍ନାଥ ରଚିଥିଲା । ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରାକେଶ ସାହୁ ଅଫିସ ଚାଲିଯିବା ପରେ ସେ ତାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ସେଥିପାଇଁ ସେ ପୂର୍ବରୁ ପ୍ରସ୍ତୁତ ହୋଇ ସକାଳ ୯ରେ ପ୍ରିୟଦର୍ଶିନୀଙ୍କ ଘର ସମ୍ମୁଖରେ ପହଞ୍ଚି ଯାଇଥିଲା । ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପୂର୍ବରୁ ଜଗନ୍ନାଥ ତାଙ୍କୁ ସିନ୍ଦୁର ପିନ୍ଧାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଜଗନ୍ନାଥ ନିଜେ ଛୁରୀ, ସିନ୍ଦୁର ଓ ବିଷ ନିଜେ ଆଣିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି । ଜଗନ୍ନାଥର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ରହିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ରହିଛି । ପ୍ରିୟଦର୍ଶିନୀଙ୍କୁ ଜଗନ୍ନାଥ ନିଜ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲେ, ମାତ୍ର ସେ ରାଜି ନ ହେବାରେ ତାଙ୍କୁ ଜଗନ୍ନାଥ ହତ୍ୟା କରିଥିଲା । ଯଦି ଆବଶ୍ୟକ ପଡ଼େ, ସମସ୍ତ ଘଟଣାର ସିନ୍ ରିକିଏସନ୍ କରାଯିବ ବୋଲି ଡିସିପି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.