fbpx

କେନ୍ଦ୍ରାପଡ଼ାରେ ବିଧାୟକଙ୍କୁ ତାଲା ମାରି ଅଟକ ରଖିଲେ ସାମ୍ବାଦିକ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ମାସ୍କ ପିନ୍ଧିନଥିଲେ ଲେଡି କନଷ୍ଟେବଳ । ଆଉ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ଏବଂ ଏସପିଙ୍କ ନିକଟକୁ ପଠାଯାଇଥିଲା । ଫଳରେ ତାତି ଯାଇଥିଲେ ଲେଡି ପୋଲିସ୍ । ଆଉ ପୋଲିସ ଷ୍ଟାଫଙ୍କ ଉପସ୍ଥିତିରେ ମାଡାମ୍ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା କଷିଲେ । ଏହାର ପ୍ରତିବାଦରେ ଗୁରୁବାର ସାମ୍ବାଦିକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ ସ୍ୱରୂପ କେତେକ ବିଧାୟକଙ୍କୁ ତାଲା ମାରି ଅଟକ ରଖିଦେଇଥିବା ସୂଚନା ମିଳିଛି । ଜିଲ୍ଲାପାଳଙ୍କ ନିକଟରେ ଆଲୋଚନା ଚାଲିଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ ବୁଧବାର ବିଜେପି ଗଣଧାରଣାର ସପ୍ତମ ଦିନରେ ପହଞ୍ଚିଥିଲା । ଏନେଇ ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଏସପି ଅଫିସ ସମ୍ମୁଖରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ଲେଡି କନେଷ୍ଟବଳ ମାସ୍କ ନପିନ୍ଧି ମୋବାଇଲରେ ବ୍ୟସ୍ତ ଥିଲେ । ଆଉ ଏହାର ଫଟୋ ଉଠାଇଥିଲେ ଜଣେ ସାମ୍ବାଦିକ । ଏଥିସହ କୋଭିଡ ଗାଇଡଲାଇନ ମାନିବା ସମ୍ପର୍କରେ ପ୍ରଶ୍ନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ କନଷ୍ଟେବଳ ଜଣଙ୍କ ରାସ୍ତା ଉପରେ ସାମ୍ବାଦିକ ଭୀମସେନ ସେଠୀଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ । ଭୀମସେନ ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିବାବେଳେ ଗୁରୁବାର ଗଣମାଧ୍ୟମ ପ୍ରତିନିଧିମାନେ ଲେଡି ପୋଲିସଙ୍କ ଦାଦାଗିରିକୁ ପ୍ରତିବାଦ କରିଛନ୍ତି । ଏଠାରେ ସୂଚନା ଥାଉକି ନିକଟ ଅତୀତରେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃତ୍ତିବାସ ଜେନା ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.