fbpx

ନିର୍ଭୟା ମାମଲାର ଶୁଣାଣି ସମୟରେ ବେହୋସ୍ ହେଲେ ଜଷ୍ଟିସ୍

ନୂଆଦିଲ୍ଲୀ,୧୪ ।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବେହୋସ୍ ହୋଇପଡିଥିଲେ ବିଚାରପତି ଆର. ଭାନୁମତି । କେନ୍ଦ୍ର ଦ୍ୱାରା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବାର ଆବେଦନ ଉପରେ ସେ ଶୁଣାଣି କରୁଥିଲେ । ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତିି ଯେ, ଜଷ୍ଟିସ୍ ଆର ଭାନୁମତିଙ୍କୁ ଭୀଷଣ ଜ୍ୱର ହୋଇଥିଲା । ଏବେ ଭାନୁମତି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି ।

ତେଣୁ ବର୍ତ୍ତମାନ ସମୟ ପାଇଁ ମାମଲାର ଶୁଣାଣିକୁ ବନ୍ଦ କରାଯାଇଛି । ପରେ ନିର୍ଭୟା ମାମଲାର ଆଦେଶ ଜାରି ହେବ ।

Get real time updates directly on you device, subscribe now.