fbpx

ଭୂମିକମ୍ପରେ ଥରିଲା ସିକିମ୍, ରିକ୍ଟର ସ୍କେଲରେ ତୀବ୍ରତା ୪.୦

ସିକିମ୍ (ଭାସ୍କର ନ୍ୟୁଜ): ଭୂମିକମ୍ପରେ ଥରିଲା ସିକିମ୍। ପୂର୍ବ ସିକିମ୍‌ରେ ରବିବାର ରାତି ପ୍ରାୟ ୮ଟା ୩୯ ମିନିଟ୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଛ। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ (ଏନ୍‌ସିଏସ୍‌) ପକ୍ଷରୁ ସୂଚନା ଦିଆଯାଇଛି।

 

ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଜୀବନ ବିକଳରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

Get real time updates directly on you device, subscribe now.