fbpx

ଏମିତି ବି ଆସେ ମୃତ୍ୟୁ; ଜୀଅନ୍ତା ଜଳିଗଲେ ୧୪

ନୂଆଦିଲ୍ଲୀ: ମୃତ୍ୟୁ କେମିତି ବି ଆସିପାରେ । ନିଜ ଅଫିସରେ ବସି କାମ କରୁଥିବା ସମୟରେ ଜୀଅନ୍ତା ଜଳି ପାଉଁଶ ହୋଇଯାଇଛନ୍ତି ୧୪ କର୍ମଚାରୀ । ଚୀନରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ଗୋଦାମ ଘରେ ନିଆଁ ଲାଗିଯିବା କାରଣରୁ ୧୪ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଚୀନରୁ ଚାଙ୍ଗଚୁନ୍ ପ୍ରଦେଶରେ ଘଟିଥିବା ଅଗ୍ନିକାଣ୍ଡ ଶନିବାର ଅପରାହ୍ନରେ ଘଟିଥିଲା । ଶନିବାର ଅପରାହ୍ନରେ ଜିଲିନ୍ ପ୍ରଦେଶରେ ଉତ୍ତର ପୂର୍ବ ଇଲାକାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଝରକା କାଚ ଭାଙ୍ଗି ଅଗ୍ନିଶମ ବିଭାଗ ଅଧିକାରୀ ମାନେ ଅଗ୍ନିବିପନ୍ନଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ନଥିବା ବେଳେ ଏହାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.