fbpx

ସୂର୍ଯ୍ୟଠାରୁ ହଜାର ଗୁଣ ବଡ ତାରାରେ ହେବ ବିସ୍ଫୋରଣ, ପୁଥିବୀରୁ ଦେଖିପାରିବେ ଏହି ଦୃଶ୍ୟ

ୱାଶିଂଟନ,୧୫ ।୨: ଆକାଶଗଙ୍ଗା ବା ଗ୍ୟାଲେକ୍ସିରେ ସବୁଠାରୁ ଚମକଦାର ତାରା ମଧ୍ୟରୁ ବିଟଲଗ୍ୟୁଜ ଏବେ ନିଜର ଚମକ ହରାଇବାରେ ଲାଗିଛି । ଏହି ଲାଲ୍ ରଙ୍ଗର ତାରା ଓରିଅନ୍ ତାରାମଣ୍ଡଳର ଅଂଶ । ଏହି ତାରା ଏବେ ସୁପରନୋଭା ଚରଣ ଆଡକୁ ବଢିବାରେ ଲାଗିଛି । ଏଥିପାଇଁ ଏହି ତାରାରେ ବିସ୍ଫୋରଣ ହେବାର ସମ୍ଭାବନା ରହିଛି । ତେବେ ସୁପରନୋଭା ଏକ ଶକ୍ତିଶାଳୀ ତାରକୀୟ ବିସ୍ଫୋଟକ, ଯାହାର ସଂସ୍ପର୍ଶରେ ଆସି ତାରା ସବୁଦିନ ପାଇଁ ନଷ୍ଟ ହୋଇଯାଇଥାଏ ।

ରିପୋର୍ଟ ମୁତାବକ, ବିଗତ କିଛି ମାସରେ ବିଟଲଗ୍ୟୁଜ ତାରାର ଚମକ କମ ହେବା କାରଣରୁ, ତାହାକୁ ୧୨ତମ ସ୍ଥାନରୁ ହଟାଇ ୨୦ତମ ସ୍ଥାନରେ ରଖାଯାଇଛି । ପୃଥିବୀରୁ ୬୪୨.୫ ପ୍ରକାଶ ବର୍ଷ ସ୍ଥିତ ଏହି ତାରାରେ ଯଦି ବିସ୍ଫୋରଣ ହୁଏ, ତେବେ ଏହା ମନୁଷ୍ୟଙ୍କ ପାଇଁ ପ୍ରଥମ ନିକଟତମ ସୁପରନୋଭା ହେବ । ୨୧ ଫେବ୍ରୁଆରିରେ ବିଟଲଗ୍ୟୁଜ ସବୁଠାରୁ କମ୍ ଚମକ ପ୍ରଦାନ କରିବ ବୋଲି ଆକଳନ କରାଯାଉଛି ।

ତେବେ ବିଟଲଗ୍ୟୁଜ୍ ସୂର୍ଯ୍ୟଠାରୁ ହଜାର ଗୁଣ ବଡ ହୋଇଥିବା ସେ ନିଜର ପତନ ଆଡକୁ ଧିରେ ଧିରେ ବଢି ବଢି ଯାଉଛି । ଯଦି ସେ ଆମର ସୌରମଣ୍ଡଳରେ ପ୍ରବେଶ କରେ, ତାହାଲେ ବୃହସ୍ପତି ଗ୍ରହର କକ୍ଷଠାରୁ ବି ସେ ବଡ ହେବ । ବହୁ ତାରା ଖୁବଶୀଘ୍ର ବଡ ହୋଇ ବିସ୍ଫୋରଣ ସହ ବିଲୀନ ହୋଇଛନ୍ତି ।

Get real time updates directly on you device, subscribe now.