fbpx

Whatsaapକୁ ଟକ୍କର ଦେବ ଭାରତୀୟ ‘Sandes’ ଆପ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପକୁ ଟକ୍କର ଦେବା ପାଇଁ ଆସିଯାଇଛି ସ୍ୱଦେଶୀ ଆପ ‘ସନ୍ଦେଶ’ । ଭାରତ ସରକାର ଏହି ଆପ ଆପକୁ ଲଞ୍ଚ କରିଛନ୍ତି । ଇଲେକ୍ଟୋନିକ୍ସ ଆଣ୍ଡ ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି । ଏହି ମେସେଜ ପ୍ଲାଟଫର୍ମକୁ ଜାତୀୟ ସୂଚନା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହୋଇଛି । ଏହା ଉପରେ ଅନେକ ଦିନ ଧରି ଗବେଷଣା କରାଯାଉଥିଲା । ଏହାକୁ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ ।

ତେବେ ଏହାକୁ ହ୍ୱାଟ୍ସଆପର ଏକ ଭାରତୀୟ ଅପ୍ସନ ବୋଲି କୁହାଯାଇପାରିବ । ଏହା ବର୍ତ୍ତମାନ ସରକାର ଏବଂ ସରକାରୀ କର୍ମଚାରୀ ଏବଂ ଏଜେନ୍ସିଙ୍କ ଦ୍ୱାରା ବ୍ୟବହାର କରାଯାଉଛି ।
ସନ୍ଦେଶ ଏକ ଓପନ ସୋର୍ସ ଏବଂ ସୂରକ୍ଷିତ ଏବଂ କ୍ଲାଉଡ ପ୍ଲାଟଫର୍ମ ଅଟେ । ଏହା ସରକାରୀ ଢାଞ୍ଚାରେ ତିଆରି ହୋଇଛି । ଏହି ଆପ୍ ରେ ଅନେକ ଫିଚର୍ସ ରହିଛି । ହ୍ୱାଟ୍ସଆପ ଭଳି ଏଥିରେ ୟୁଜର୍ସ ମେସେଜ ପଠାଇପାରିବେ ଏବଂ ଗ୍ରୁପ ତିଆରି କରିପାରିବେ । ଏହା ସହ ୟୁଜର୍ସ କୌଣସି ବି ଫାଇଲ ଏବଂ ମିଡିଆ ଯେମିତିକି ଫଟୋ, ଭିଡିଓ, ଅଡିଓ ପଠାଇ ପାରିବେ । ଏଥିରେ ଅଡିଓ ଏବଂ ଭିଡିଓ କଲର ସୁବିଧା ମଧ୍ୟ ରହିଛି ।

ଯଦି ଏହା ହ୍ୱାଟ୍ସଆପର ଏନକ୍ରିପସନ ସୁରକ୍ଷା ବ୍ୟବସ୍ଥା ଭଳି ଏଥିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ମିଳିବ ତେବେ ହୁଏତ ଏହା ହ୍ୱାଟ୍ସଆପକୁ ଟକ୍କର ଦେଇପାରିବାରେ ସକ୍ଷମ ହେବ ।

Get real time updates directly on you device, subscribe now.