fbpx

ଅଫଲାଇନ୍ ପରୀକ୍ଷାରେ ତ୍ରୁଟି: ରେଗୁଲାର୍ ପିଲାଙ୍କୁ ଦିଆଗଲା ଏକ୍ସରେଗୁଲାର୍ ପ୍ରଶ୍ନ!

କଟକ(ଓଡ଼ିଶା ଭାସ୍କର): ମାଟ୍ରିକ୍ ଅଫଲାଇନ୍ ରେ ପରୀକ୍ଷାରେ ସାଂଘାତିକ ତ୍ରୁଟି । କଟକ ବୋର୍ଡ ହାଇସ୍କୁଲ୍ ରେ ଚାଲିଥିବା ପରୀକ୍ଷାରେ ତ୍ରୁଟି କରାଯାଇଥିବା ଖବର ସାମନାକୁ ଆସିଛି । ପରୀକ୍ଷାରେ ରେଗୁଲାର୍ ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର୍ ପ୍ରଶ୍ନପତ୍ର ଦିଆଯାଇଥିବା ଜଣାପଡ଼ିଛି । ଏକ୍ସରେଗୁଲାର୍ ପ୍ରଶ୍ନପତ୍ର ପାଇବା ପରେ ଦ୍ୱନ୍ଦରେ ପଡ଼ିଥିଲେ ପରୀକ୍ଷାର୍ଥୀ । ପରୀକ୍ଷା ଆରମ୍ଭ ହେବାର ଦୀର୍ଘ ସମୟ ପରେ ପୁଣିଥରେ ନୁତନ ପ୍ରଶ୍ନ ପତ୍ର ଦିଆଯାଇଥିଲା । ଅନ୍ୟପଟେ ଭୁଲ୍ ପ୍ରଶ୍ନପତ୍ର ଦିଆଯାଇଥିବା କଥା ସ୍ୱୀକାର କରିଥିଲେ ବୋର୍ଡ ହାଇସ୍କୁଲ୍ କର୍ତ୍ତୃପକ୍ଷ । ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି ।

ସେ କହିଥିଲେ ଯେ, ଭୁଲ୍ ପ୍ରଶ୍ନପତ୍ର ଦିଆଯାଇଥିଲା । ତାପୁଣି ୨୦ ଜଣ ପିଲାଙ୍କୁ ଏହିଭଳି ଦିଆଯାଇଥିଲା । କିନ୍ତୁ ଭୁଲଏ୍ ଜାଣିବା ପରେ ଆମେ ତ୍ରୁଟି ସୁଧାରି ଦେଇଛୁ । ଏବେ ଏହି ମାମଲାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ତ୍ରୁଟି କାରଣରୁ ପିଲା ମାନଙ୍କୁ ଦୁଇ ଦୁଇଥର ପରୀକ୍ଷା ଦେବାକୁ ପଡ଼ିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ।

Get real time updates directly on you device, subscribe now.