fbpx

ପ୍ରକାଶ ପାଇଲା JEE Main 2021 ରେଜଲ୍ଟ, ଏମିତି ଦେଖିପାରିବେ ଫଳାଫଳ

ନୂଆଦିଲ୍ଲୀ: ଶୁକ୍ରବାର ନାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜେଇଇ ମେନ ୨୦୨୧ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ପ୍ରାୟ ୭ଲକ୍ଷ ପରୀକ୍ଷାର୍ଥୀ ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ ପର୍ଯ୍ୟାୟ କ୍ରମେ ପରୀକ୍ଷା କରାଯାଇଥିଲା ।

ପରୀକ୍ଷାର୍ଥୀ jeemain.nta.nic.in ରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ । ଏହା ସହ ପରୀକ୍ଷାର ଆନ୍ସର କି ମଧ୍ୟ ପ୍ରକାଶିତ ହୋଇଛି, ପରୀକ୍ଷାର୍ଥୀ ସେମାନଙ୍କର ଉତ୍ତର ଦେଖିବା ସହ ଆନ୍ସର କି ଡାଉନଲୋଡ ମଧ୍ୟ କରିପାରିବେ ।

ଜାଣନ୍ତୁ କେମିତି କରିବେ ନିଜର ରେଜଲ୍ଟ ଚେକ:

୧.           ପ୍ରଥମେ ଅଫିସିଆଲ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ

୨.           ଏହାପରେ ‘JEE Main 2021’ ଉପରେ କ୍ଳିକ କରନ୍ତୁ

୩.           ଆପଣଙ୍କର ଆପ୍ଲିକେସନ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଦିଅନ୍ତୁ

୪.           ଏହାପରେ ଆପଣ ଆପଣଙ୍କର ରେଜଲ୍ଟ ସ୍କ୍ରିନରେ ଦେଖିପାରିବେ

୫.           ରେଜଲ୍ଟକୁ ଡାଉନଲୋଡ କରିବା ସହ ପ୍ରିଣ୍ଟ ନେଇପାରିବେ

Get real time updates directly on you device, subscribe now.