fbpx

ଚନ୍ଦ୍ରପୃଷ୍ଠରେ ‘ବାହୁବଳି’ ପ୍ରଥମେ ପହଞ୍ଚି ଥିଲେ; ପିଲା ଉତ୍ତର ଦେଇ ପାଇଲା ଫୁଲ୍ ମାର୍କ

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ସମୟରେ ଏମିତି କିଛି ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଲୋକଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭା ଜାଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଠିକ୍ ସେହିଭଳି ଏକ ପିଲାର ଉତ୍ତର ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ!

କଥାଟା ଏମିତି, କେହି ଯଦି ଆପଣଙ୍କୁ ପଚାରିବେ ଯେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପାଦ ରଖିଥିଲେ କିଏ? ତେବେ ଆପଣଙ୍କ ଉତ୍ତର କଣ ହେବ? ଭାବନ୍ତୁନି, ନିଶ୍ଚୟ ସେହି ଗୋଟିଏ ସତ ଆର୍ମଷ୍ଟ୍ରଙ୍ଗ() ବୋଲି କହିବେ । କିନ୍ତୁ ପରୀକ୍ଷା ଏଭଳି ପ୍ରଶ୍ନ ଆସିବା ପରେ କୁନି ପିଲାଟିଏ ଏହି ପ୍ରଶ୍ନର ଉତ୍ତର ଦେଲା- ବାହୁବଳି । ତେବେ ଏଭଳି ଉତ୍ତର ଦେବା ପରେ ମଧ୍ୟ ଶିକ୍ଷକ ତାକୁ ପୂରା ମାର୍କ ଦେଲେ । ଏବେ ଆପଣ ଭାବୁଥିବେ ଭୁଲ୍ ଉତ୍ତର ଦେଇଥିବା ପିଲାକୁ ଶିକ୍ଷକ ଫୁଲ୍ ମାର୍କ କେମିତି ଦେଇଦେଲେ? କାରଣ କଣ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପିଲାଟି ଉତ୍ତର ଦେବା ସହ ସେଠାରେ ଦର୍ଶାଇଛି ଯେ- ବାହୁ ଅର୍ଥ ‘ଆର୍ମ’ ଏବଂ ବଳି ଅର୍ଥ ‘ଷ୍ଟ୍ରଙ୍ଗ୍’ । ପ୍ରକାରାନ୍ତରେ ପିଲାଟି କହିବା ଅନୁସାରେ ବାହୁବଳି= ଆର୍ମଷ୍ଟ୍ରଙ୍ଗ । ଏମିତିରେ କହିଲେ ପିଲାଟିର ଉତ୍ତର ଠିକ୍ ହିଁ ବୁଝିବାକୁ ହେବ । ପିଲାଟିକୁ ଉତ୍ତର ଦେବା ପାଇଁ ୧୦ରୁ ୫ ନମ୍ବର ଆଉ ୫ ନମ୍ବର ଏତେ ସୁନ୍ଦର ଯୁକ୍ତିଯୁକ୍ତ କାରଣ ଦର୍ଶାଇଥିବାରୁ ଦିଆଯାଇଛି । ଆଉ ପିଲାଟିର ଏହି ଉତ୍ତରକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି । କ୍ୟାପ୍ସନ୍ରେ ଲେଖିଛନ୍ତି ଯେ- ଜଣେ ବଲିଉଡ୍ ପ୍ରଶଂସକର ଘୋଷଣା । ଆଉ ଲୋକେ ପିଲାଟିର ବୁଝିବାପଣକୁ ବହୁତ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.