fbpx

କରୋନା ଲଢ଼େଇରେ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର: ଜନସନ୍ ଟିକାକୁ ଅନୁମତି, ସିଙ୍ଗଲ ଡୋଜ୍ ବି କରିବ କମାଲ୍

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଭାରତକୁ ଆଉ ଏକ ବଡ଼ ଅସ୍ତ୍ର ମିଳିଛି । କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ପରେ ଏବେ ଭାରତରେ ଆଉ ଏକ କରୋନା ଟିକା ବ୍ୟବହାରକୁ ମଞ୍ଜୁରୀ ମିଳିଛି । ତେବେ ଆମେରିକାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର କୋଭିଡ ବିରୋଧ ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହା ହେଉଛି ପଞ୍ଚମ ଟିକା, ଯାହାକି ଭାରତରେ ଅନୁମୋଦିତ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

ତେବେ ଗୁରୁବାର ଦିନ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଭାରତରେ ସିଙ୍ଗଲ ଡୋଜ୍ ଟିକାର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ EUA ପାଇଁ ଆବେଦନ କରାଯାଇଛି ।

ମାଣ୍ଡଭିୟ ଟ୍ୱିଟ୍ କରି କହିଛନ୍ତି ଯେ, ‘ଭାରତରେ ଟିକାର ଟୋକେଇ ବୃଦ୍ଧି ହୋଇଛି ! ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକକ-ଡୋଜ କୋଭିଡ -୧୯ ଟିକାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଭାରତରେ ପାଞ୍ଚଟି EUA ଟିକା ଅଛି । ଏହା କୋଭିଡ ବିରୋଧରେ ଭାରତର ମିଳିତ ଲଢ଼େଇକୁ ଆଗକୁ ବଢ଼ାଇବ ।’

Get real time updates directly on you device, subscribe now.