ଆକାଶରୁ ପଡ଼ିଲା ବଜ୍ର, ୩ ମହିଳା ଟଳି ପଡ଼ିଲେ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଆକାଶରୁ ପଡ଼ିଲା ବଜ୍ର । ଏହି ବ୍ରଜରାଘାତରେ ୩ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ବ୍ଲକ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ, ବସ୍ତା ବ୍ଲକ୍ ମଥାନୀରୁ ପାନ ମାଝୀ ଏବଂ ପାଉଁଶକୁଲିରୁ ସାବିତ୍ରୀ କିସ୍କୁ ।

ଜଳେଶ୍ୱର ବ୍ଲକ୍ ବରଢିଆ, ବସ୍ତା ବ୍ଲକର ପାଉଁଶକୁଲି ଓ ମଥାନୀଠାରେ ବଜ୍ରାଘାତ ଘଟିବାବେଳେ ସମସ୍ତ ମହିଳା ବିଲରୁ କାମ ସାରି ଫେରୁଥିଲେ ବୋଲି ଜଣାପଡ଼ିଛି । ସେହିପରି ବଜ୍ରାଘାତରେ ଗୁରୁତର ଆହତମାନଙ୍କୁ ଜଳେଶ୍ୱର ଓ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି ।