fbpx
BJD SKY
BJD SKY

ବଜରଙ୍ଗଙ୍କୁ ବ୍ରୋଞ୍ଜ: ଦେଶ ପାଇଁ ଜିତିଲେ ଷଷ୍ଠ ପଦକ

BJD

ନୂଆଦିଲ୍ଲୀ: ଭାରତ ପାଇଁ ଷଷ୍ଠ ପଦକ ବିଜୟରେ ସକ୍ଷମ ହୋଇଛନ୍ତି ବଜରଙ୍ଗ ପୁନିଆ । ଶନିବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିବା ସହିତ ବଜରଙ୍ଗ ଦେଶପାଇଁ ଷଷ୍ଠ ପଦକ ବିଜୟୀ ହୋଇଛନ୍ତି । ୬୫ କିଗ୍ରା ବର୍ଗରେ ବଜରଙ୍ଗ ପଦକ ଜିତିବା ସହିତ ଦେଶ ପାଇଁ ଷଷ୍ଠ ପଦକ ହାସଲ କରିଛନ୍ତି । ଆରମ୍ଭରୁ ରକ୍ଷଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରିଥିବାର ବଜରଙ୍ଗ ପ୍ରଥମ ୩ ମିନିଟରେ ୨-୦ରେ ଅଗ୍ରଣୀ ହାସଲ କରିଥିଲେ ।

ଅନ୍ତିମ ୩ ମିନିଟରେ ୬ ପଏଣ୍ଟ ହାସଲ କରିବା ସହିତ ବଜରଙ୍ଗ କୁସ୍ତିରେ ଦେଶ ପାଇଁ ଦ୍ୱିତୀୟ ପଦକ ବିଜୟୀ ହୋଇଥିଲେ । ଏହା ପୂର୍ବରୁ ରବି କୁମାର ଦାହିୟା କୁସ୍ତିରେ ରୌପ୍ୟ ପଦକ ହାସଲ କରିଥିଲେ । ଏହା ବ୍ୟତିତ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଠାରୁ ମଧ୍ୟ ଦଳ ପଦକ ଆଶାରେ ରହିଛି । ଆଥଲେଟିକ୍ସରେ ରହିଥିବା ପଦକ ମରୁଡି ନୀରଜ ଶେଷ କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.