fbpx

ମଦ ପିଇବା ପାଇଁ… ବାପାଙ୍କୁ ମାରିଦେଲା ପୁଅ

ଓଡ଼ିଶା ଭାସ୍କର ବ୍ୟୁରୋ: ମଦ ପିଇବା ପାଇଁ ବାପାଙ୍କୁ ଖଣ୍ଡାରେ ହାଣି ଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ନିଶା ପାଇଁ ମଣିଷ କେଉଁ ସ୍ତରକୁ ଯାଇପାରେ ଏହାର ଏକ ଉଦାହରଣ ପୁଣି ସମାଜକୁ ମିଳିଥିବାବେଳେ ସାଧାରଣରେ ଏଭଳି ଘଟଣାକୁ ନିନ୍ଦା କରାଯାଉଛି । ଯେଉଁ ବାପର ହାତ ଧରି ପୁଅ ବଡ଼ ହୋଇଥିଲା, ସେହି ବାପଙ୍କୁ ଖଣ୍ଡାରେ ହାଣି ମାରିଦେବାକୁ ପୁଅର ହାତ କେମିତି ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି ।

ଏଭଳି ହତ୍ୟା ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ଘଟିଛି । ବାପାଙ୍କୁ ହତ୍ୟା କରିଦେଇଛି ପୁଅ । ଆଉ ପୁଅର ମାରଣାସ୍ତ୍ର ଆକ୍ରମଣରେ ବାପା ଆଖି ବୁଜିଦେଇଛି । ମୃତ ବାପା ହେଲେ କରୁଣାକର ସାହୁ । ଅଭିଯୋଗ ଅନୁସାରେ ରବିବାର ରାତିରେ କରୁଣାକରଙ୍କ ସାନପୁଅ ମଦପିଇବା ଲାଗି ବାପା କରୁୁଣାକରଙ୍କୁ ଟଙ୍କା ମାଗିଲା । କିନ୍ତୁ ବାପା ଟଙ୍କା ନଦେବାରୁ ସାନପୁଅ ଠେଙ୍ଗାରେ ବାଡ଼େଇବା ସହିତ ଖଣ୍ଡାରେ ଆକ୍ରମଣ କରିଥିଲା । ପୁଅର ଏଭଳି ପ୍ରାଣାନ୍ତକ ଆକ୍ରମଣରେ ବାପ ଗୁରୁତର ଅବସ୍ଥାରେ ପଡ଼ିଥିବାବେଳେ ସେଠାରୁ ଖସି ଯାଇଥିଲା ପିତୃହନ୍ତା ପୁଅ । ଗୁରୁତର ଅବସ୍ଥାରେ କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.