fbpx

ଭାରତ-ବ୍ରିଟେନ୍ ଫ୍ଲାଇଟ୍ ଟିକେଟ୍ ହେଲା ୪ ଲକ୍ଷ ଟଙ୍କା, ବିମାନ କମ୍ପାନୀକୁ ଡିଜିସିଆଇ ମାଗିଲା ଭଡ଼ା ତଥ୍ୟ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକରୁ ଅଗଷ୍ଟ ମାସରେ ଭାରତ-ବ୍ରିଟେନ ବିମାନରେ ଭଡାର ସବିଶେଷ ତଥ୍ୟ ମାଗିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ଦିନ ଗୃହ ମନ୍ତ୍ରଣାଳୟର ଅନ୍ତଃରାଜ୍ୟ ପରିଷଦ ସଚିବ ସଞ୍ଜୀବ ଗୁପ୍ତା ଟୁଇଟ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ୨୬ ପାଇଁ ବ୍ରିଟିଶ ଏୟାରୱେଜ୍ ଦିଲ୍ଲୀ-ଲଣ୍ଡନ ବିମାନର ଇକୋନୋମି ଶ୍ରେଣୀର ଭଡା ୩.୯୫ ଲକ୍ଷ ଟଙ୍କା ରହିଛି।

ସେ କହିଛନ୍ତି ଯେ ବ୍ରିଟେନର କଲେଜ ଗୁଡ଼ିକରେ ଆଡମିଶନ ସମୟରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆର ୟୁକେ ବିମାନ ଭଡା ମଧ୍ୟ ୧.୨ ଲକ୍ଷରୁ ୨.୩ ଲକ୍ଷ ମଧ୍ୟରେ ରହିଛି। ଗୁପ୍ତା କହିଛନ୍ତି ଯେ ସେ ଏହି ସୂଚନା ବେସାମରିକ ବିମାନ ଚଳାଚଳ ସଚିବ ପିଏସ୍ ଖରୋଲାଙ୍କୁ ଦେଇଛନ୍ତି।

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ, ବର୍ତ୍ତମାନ ଭାରତ-ବ୍ରିଟେନ ବିମାନ ଚଳାଚଳ କରୁଥିବା ବିମାନ କମ୍ପାନୀକୁ ଭଡା ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଛି। ଗତ ବର୍ଷ ମେ ୨୫ ରୁ ଘରୋଇ ବିମାନର ଭଡା ସୀମା ସ୍ଥିର କରାଯାଇଛି। କିନ୍ତୁ ଅନ୍ତର୍ଜାତୀୟ ବିମାନରେ ଏହି ସୀମା ଲାଗୁ ହୋଇନି ।

Get real time updates directly on you device, subscribe now.