fbpx

ପ୍ରଶାସନିକ ସ୍ତରରେ ଅଦଳବଦଳ; ଭଦ୍ରକ ଜିଲ୍ଲାପାଳ ହେଲେ ତ୍ରିଲୋଚନ ମାଝୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରାଯାଇଛି । ଏହି କ୍ରମରେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଘୋଷଣା କରାଯାଇଥିବା ବେଳେ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳର ଜିଲ୍ଲାପାଳ ଭାବରେ ଘୋଷଣା କରାଯାଇଛି ।

ସୋମବାର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି । ଅନ୍ୟପକ୍ଷରେ ପଞ୍ଚାୟତିରାଜ ବିଭାଗର ଉପ ନିର୍ଦ୍ଦେଶକ ରହିଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି । ଢେଙ୍କାନାଳ ଜିଲ୍ଳାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ସରୋଜ କୁମାର ସେଠୀଙ୍କୁ ନିଯୁକ୍ତ କରାଯାଇଛି । ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶକ ତ୍ରିଲୋଚନ ମାଝିଙ୍କୁ ଭଦ୍ରକର ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.