fbpx
BSKY
BJD MC SKY
BJD YOUTH SKY

ବିବାଦରେ MP ଅନୁଭବ ମହାନ୍ତି, ବଞ୍ଚିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି କେନ୍ଦ୍ରାପଡ଼ା MP ଅନୁଭବ ମହାନ୍ତି। ଏଥର ସେ ପୁଣିଥରେ ବଞ୍ଚିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁଣି ଯାହାକୁ ଜଣାଇବାକୁ ଚାହୁଥିଲେ ତାଙ୍କର ଜୟନ୍ତି। ପୁଣ୍ୟ ତିଥି ନୁହେଁ। ତେବେ ସୋସିଆଲ୍ ମିଡିଆରେ ଶେଆର୍ ହେବା ପରେ ଜଣେ ୟୁଜର୍ସ ଏହି ତ୍ରୁଟିକୁ ଧରିନେଇଥିଲେ।

ଘଟଣା ଏମିତି। ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇ ସୋସିଆଲ୍ ମିଡିଆରେ ସାଂସଦ ଯାହା ପୋଷ୍ଟ କରିଥିଲେ ସେଥିରେ ଭୁଲ୍ ଫଟୋ ଦେଇଥିଲେ। ରଘୁନାଥଙ୍କ ଫଟୋ ବଦଳରେ ପ୍ରଖ୍ୟାତ ସଂଗୀତଜ୍ଞ ଗୁରୁ ହରିପ୍ରସାଦ ଚୌରାଶିଆଙ୍କ ଫଟୋ ପୋଷ୍ଟ କରିଥିଲେ। ତେବେ ଜଣେ ଅଭିନେତା ଆଉ ସାଂସଦ ଏଭଳି ଜଘନ୍ୟ ଭୁଲ କେମିତି କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ଏବଂ ଟ୍ରୋଲ ମଧ୍ୟ ହେଉଛନ୍ତି।

ସ୍ୱର୍ଗତ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କୁ ସାଂସଦ ଅନୁଭବ ଚିହ୍ନି ନଥିବା ସତରେ ବଡ଼ ଆଶ୍ଚର୍ଯ୍ୟ। ଫେସବୁକ୍ ରେ ହୋଇଥିବା ପୋଷ୍ଟକୁ ଜଣେ ୟୁଜର୍ସ ଧରିନେଇଥିଲେ। ପରେ ସାଂସଦ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି।

ଏଠାରେ ସ୍ମରଣ ଯୋଗ୍ୟ ଯେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଇଥିଲେ ସାଂସଦ ଶ୍ରୀ ମହାନ୍ତି। ପରେ ପୋଷ୍ଟ ଡିଲିଟ୍‌ କରିଦେଇଥିଲେ।

Get real time updates directly on you device, subscribe now.