fbpx

ସୁଟିଂ ସେଟ୍‌ରେ ହଠାତ୍ ଅସୁସ୍ଥ ହୋଇପଡିଲେ ଅଭିନେତ୍ରୀ ନୁସ୍‌ରତ୍‌, ୧୫ ଦିନ ବେଡ୍ ରେଷ୍ଟ ପାଇଁ ପରାମର୍ଶ ଦେଲେ ଡାକ୍ତର

ମୁମ୍ବାଇ (ଭାସ୍କର ନ୍ୟୁଜ୍):  ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସୁଟିଂ ସେଟ୍‌ରେ ହୋଇପଡିଲେ ହଠାତ୍‌ ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୁସରତ ଏବେ ନିର୍ଦ୍ଦେଶକ ଲବ ରଞ୍ଜନଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ ଲଗାତାର ସୁଟିଂ ଜାରି ରଖିଛନ୍ତି । ଏହାରି ଭିତରେ ସୁଟିଂ ବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏପରିକି ତାଙ୍କ ବ୍ଲଡପ୍ରେସର ଲୋ’ ଏବଂ ଅଧିକ ଚାପଗ୍ରସ୍ତ ଯୋଗୁଁ ସେ ସୁଟିଂ ସେଟ୍‌ରେ ଗଳି ପଡିଥିଲେ । ପରେ ସେଠାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କର ଚିକିତ୍ସା ପରେ ଏବେ ୧୫ ଦିନ ଯାଏଁ ବେଡ୍‌ ରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ସୁଟିଂକୁ ଯିବା ପାଇଁ ମନା ମଧ୍ୟ କରିଛନ୍ତି ।

ସୂଚନା ମୁତାବକ, ଗତ କିଛି ଦିନ ହେବ ମୁମ୍ବାଇର ଏକ ଷ୍ଟୁଡିଓରେ ଲଗାତର ସୁଟିଂ କରୁଥିଲେ ନୁସରତ ।

Get real time updates directly on you device, subscribe now.