fbpx

ଭର୍ଜିନିଟି ଟେଷ୍ଟ୍ ପରେ ସେନାରେ ଭର୍ତ୍ତି ହେଉଥିଲେ ମହିଳାମାନେ, ଏବେ ଏହି ନିୟମ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ମହିଳା କ୍ୟାଡେଟ୍ସ ମାନଙ୍କର ହେଉଥିବା ଭର୍ଜିନିଟି ଟେଷ୍ଟ୍ କୁ ସମାପ୍ତ କରିବାକୁ ନିଷ୍ପତି ନିଆଯାଇଛି । ୧୯୬୫ ମସିହାରୁ ହିଁ ଇଣ୍ଡୋସେିଆ ସେନା, ନେଭି ଏବଂ ଏୟାରଫୋର୍ସରେ ଭର୍ତ୍ତି ହେଉଥିବା ମହିଳା ମାନଙ୍କ ଭର୍ଜିନିଟି ଟେଷ୍ଟ୍ସ ହୋଇଆସୁଥିଲା । କିନ୍ତୁ ଏବେ ଏହାକୁ ରୋକିବାକୁ ଘୋଷଣା କରାଯାଇଛି । ଏହାକୁ ଇଣ୍ଡୋନେସିଆ ମାନବାଧିକାର ସଂଗଠନ ଏବଂ ଫେମିନିଷ୍ଟ ମାନେ ସ୍ୱାଗତ କରିଛନ୍ତି ।

ଏନେଇ ଆର୍ମି ଜେନେରାଲ୍ ଏବଂ ଚିଫ୍ ଅଫ୍ ଏଣ୍ଡିକା ପେରକାସା ଏହି ରିପୋର୍ଟ ସମ୍ପର୍କରେ କହିଛନ୍ତି ଯେ, ଏବେ ଠାରୁ ଭର୍ଜିନିଟି ଟେଷ୍ଟକୁ ବନ୍ଦ କରିଦିଆଯାଇଛି । ଉଭୟ ପୁରୁଷ ଏବଂ ମହିଳାମାନଙ୍କ ସିଲେକସନ୍ ପ୍ରକ୍ରିୟା ସମାନ ହେବା ଆବଶ୍ୟକ ।
ସୂଚନା ଥାଉ ଯେ, ଏହି ଭର୍ଜିନିଟି ପ୍ରକ୍ରିୟାକୁ ଟୁ ଫିଙ୍ଗର୍ ଟେଷ୍ଟ ବୋଲି କୁହାଯାଏ । ଏହି ଟେଷ୍ଟରେ ଯେଉଁ ମହିଳା ମାନେ ଫେଲ୍ ମାରୁଥିଲେ ସେମାନଙ୍କୁ ଆର୍ମିରେ ଭର୍ତ୍ତି କରାଯାଉନଥିଲା ।

ଏହି ପ୍ରକ୍ରିୟା ସାହାରାରେ ସେମାନେ ମହିଳା ମାନଙ୍କ ନୈତିକତା ଟେଷ୍ଟ କରୁଥିଲେ । ତେବେ ଏନେଇ ଅନେକ ଆଡ଼ୁ ବିରୋଧ ପ୍ରଦର୍ଶନ କରାଯାଉଥିଲା । ବୈଜ୍ଞାନିକ ମାନେ ମଧ୍ୟ କହିଆସୁଥିଲେ ଯେ, ଏହି ଟେଷ୍ଟର କୌଣସି ଯଥାର୍ଥତା ନାହିଁ । ମାନବାଧିକାର ସଂଗଠନ ଏବଂ ଫେମିନିଷ୍ଟ୍ ଗ୍ରପ୍ସ ଅନେକ ବର୍ଷରୁ ଏହି ଟେଷ୍ଟକୁ ବନ୍ଦ କରିବା ନେଇ ଦାବି କରିଆସୁଥିଲେ । ଆଉ ଏବେ ସେହି ଦାବି ପୂରଣ ହୋଇଛି ।

Get real time updates directly on you device, subscribe now.