fbpx

ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ । ରାଜ୍ୟ ସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଆରଏମଆରସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଭର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେହି ୧୨ଟି ଜିଲ୍ଲାଗୁଡିକ ହେଉଛି- ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ସମ୍ପୃକ୍ତ ଜିଲ୍ଲାଗୁଡିକରେ ଶିଶୁଙ୍କ ସମେତ ସବୁ ବର୍ଗର ସେରୋ ସର୍ଭେ କରାଯିବ । ଏପରି କରିବା ଦ୍ୱାରା ରାଜ୍ୟରେ କେତେ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ତାହା ଜଣାପଡ଼ିବ ।

Get real time updates directly on you device, subscribe now.