fbpx

ଆସିଲା କି ତୃତୀୟ ଲହର! ରାଜ୍ୟରେ ୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଉଛି କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଏହାରି ମଧ୍ୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୦୨୧ କୁ ବୃଦ୍ଧି ପାଇଛି ।

ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳ ଓ ଜଗତସିଂହପୁରରୁ ୮ ଜଣ ଲେଖାଏଁ, ଯାଜପୁରରୁ ୭, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୫ ଲେଖାଏଁ, ପୁରୀ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.