ନୂଆଦିଲ୍ଲୀ: ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର ହୋଜାଇ ଜିଲ୍ଲାରେ । ସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ଦିନ ଏହି ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବର୍ତ୍ତମାନ ହସ୍ପିଟାଲର ଅଧିକାରୀ ମାନେ ନଜର ରଖିଛନ୍ତି ।
ସୂଚନା ଅନୁସାରେ, ହାଜୋଇ ଅଞ୍ଚଳରେ ଥିବା ଏକ ଗାଁ ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ତିଆରି ହୋଇଥିବା ପ୍ରସାଦ ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇ ୨୦୦ରୁ ଅଧିକ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ଏମାନଙ୍କ ମଧ୍ୟରେ ପିଲାଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି । ମଙ୍ଗଳବାର ଦିନ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ବୁଧବାର ଦିନ ସେମାନଙ୍କର ଜ୍ୱର ଏବଂ ବାନ୍ତି ହୋଇଥିବା ଜଣାପଡ଼ିଥିଲା । ବର୍ତ୍ତମାନ ସ୍ଥିତି ଡାକ୍ତରଙ୍କ ନିୟନ୍ତ୍ରଣରେ ରହିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ମାନେ କହିଛନ୍ତି ।