fbpx

ଲିଭଇନରେ ରହୁଥିବା ଯୋଡ଼ିକୁ ଦିଆଯିବନି ସୁରକ୍ଷା, ସମ୍ପର୍କକୁ ଅପବିତ୍ର କହିଲେ ହାଇକୋର୍ଟ

ହରିୟାଣା: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭଇନ୍ ରିଲେସନରେ ରହୁଥିବା ଦମ୍ପତିଙ୍କ ସୁରକ୍ଷା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେଙ୍କ ସମ୍ପର୍କକୁ ଅପବିତ୍ର ବୋଲି କହିଛନ୍ତି । ଏଥିରେ ଜଣେ ବିବାହିତା ମହିଳା ଓ ତାଙ୍କର ପୁରୁଷ ବନ୍ଧୁ ସୁରକ୍ଷା ପାଇଁ ଆବେଦନ କରିଥିବା ବେଳେ ହାଇକୋର୍ଟ ଏହାକୁ ଅପବିତ୍ର ବୋଲି କହିଛନ୍ତି । ଜଷ୍ଟିସ ସନ୍ଥ ପ୍ରକାଶ ଏହି ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଆବେଦନକାରୀ-ଦମ୍ପତିଙ୍କ ମାମଲା ହେଉଛି ଯେ ମହିଳାଙ୍କ ପିତାମାତା ଜୁଲାଇ ୨୦୧୮ ରେ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ବିବାହ କରିଥିଲେ। ସେହି ବିବାହରୁ ଗୋଟିଏ ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ମହିଳା ଜଣକ ବିବାହରେ ଅସନ୍ତୁଷ୍ଟ ଥିଲେ।

ଲିଭଇନ୍ ରେ ରହୁଥିବା ମହିଳା ବିବାହିତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ । ତେଣୁ ମହିଳା ଜଣକ ନିଜର ବୈବାହିକ ସମ୍ପର୍କକୁ ଛାଡ଼ି ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନ୍ ରେ ରହୁଛନ୍ତି । ମହିଳା ଜଣକ ଆବେଦନରେ କହିଛନ୍ତି ଯେ, ସେ ଲିଭଇନ୍ ରେ ରହୁଥିବାରୁ ତାଙ୍କ ସ୍ୱାମୀ ଏବଂ କିଛି ସମ୍ପର୍କୀୟ ସେମାଙ୍କୁ ମାରିବାକୁ ଧମକ ଦେଉଛନ୍ତି । ଏହି ମାମଲାରେ ସେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ହେଲେ ପୋଲିସ୍ ଏହାର ତଦନ୍ତ ନ କରିବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଦି ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ଆବେଦନକାରୀଙ୍କ ଓକିଲଭ୍କ କଥା ଶୁଣିବା ପରେ ଜଷ୍ଟିସ ସନ୍ଥ ପ୍ରକାଶ କହିଛନ୍ତି ଯେ ବର୍ତ୍ତମାନର ଆବେଦନକୁ ଖାରଜ କରିବାର ଏକରୁ ଅଧିକ କାରଣ ରହିଛି । ଏହା ସ୍ପଷ୍ଟ ଯେ ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ସେହି ବିବାହରୁ ଏକ ସନ୍ତାନ ଜନ୍ମ ହୋଇଥିଲେ। ବିବାହର ଅଳ୍ପ ସମୟ ପରେ ସେ ସହ-ଆବେଦନକାରୀଙ୍କ ପ୍ରେମରେ ପଡ଼ିଗଲେ ଏବଂ ବର୍ତ୍ତମାନ ଲିଭଇନ୍ ସଂପର୍କରେ ରହୁଥିଲେ ।

Get real time updates directly on you device, subscribe now.