fbpx

ବିଲ ଗେଟ୍ସଙ୍କ ଠାରୁ ୭୩୪ କୋଟି ଠକି ନେଇଥିଲେ ପାକିସ୍ତାନୀ; ଏବେ ଜେଲରେ ୨୯୧ ବର୍ଷର ସଜା ଭୋଗୁଛନ୍ତି

ନୂଆଦିଲ୍ଲୀ: ପାକିସ୍ତାନୀ କନମ୍ୟାନ ଆରିଫ୍ ନକଭୀଙ୍କ ଜୀବନିକୁ ନେଇ ଏକ ବହିରୁ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱର ଧନଶାଳୀ ବ୍ୟକ୍ତି ବିଲ ଗେଟସଙ୍କୁ ୭୩୪ କୋଟି ଠକି ନେଇଥିବା ପାକିସ୍ତାନୀ ବ୍ୟବସାୟୀ ଆରିଫ କିଭଳି ଏହା କରିବାରେ ସକ୍ଷମ ହୋଇଥିଲେ ତାହା ବର୍ଣ୍ଣନା କରାଯାଇଛି । ସାଇମନ କ୍ଲାର୍କ ଓ ୱିଲ ଲୋଚ୍ ଏହି ବହି ଲେଖିଥିବା ବେଳେ ଏହାର ନାମ ଦ କି ମ୍ୟାନ ରଖାଯାଇଛି । ଅରବାଜ ଗ୍ରୁପ ନାମ ଇକ୍ୱିଟି ଫାର୍ମର ମାଲିକ କିଭଳି ଭାବରେ ଗେଟ୍ସଙ୍କୁ ଲୁଟିବାରେ ସଫଳ ହୋଇଥିଲେ ତାହା ଏହି ବହିରେ ବର୍ଣ୍ଣନା କରାଯାଇଛି ।

ପ୍ରଥମେ ଗେଟ୍ସଙ୍କ ନିକଟତର ହେବା ପାଇଁ ନକଭି ୭୮୦ ମିଲିୟନ ଡଲାର ଖର୍ଚ୍ଚ କରନ୍ତି । ସମାଜସେବା ପାଇଁ ଏହି ଅର୍ଥ ଖର୍ଚ୍ଚ କରିଥିବା ବେଳେ ଏହି ଅର୍ଥ କୁଆଡେ ଯାଏ ତାର କିଛି ହିସାବ ମିଳିନଥାଏ । ଏହା ପରେ ଗେଟ୍ସଙ୍କ ସହିତ ଡେଭୋସ ସମ୍ମିଳନୀରେ ଏକତ୍ର ବସନ୍ତି ନକଭୀ । ପାକିସ୍ତାନରେ ପରିବାର ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗେଟ୍ସ ତାଙ୍କୁ ୧୦୦ ମିଲିୟନ ଡଲାର(୭୩୪ କୋଟି) ପ୍ରଦାନ କରନ୍ତି । ଏହି ଅର୍ଥରାଶି ଏବଂ ଗେଟ୍ସଙ୍କ ନାମ ବ୍ୟବହାର କରି ବାହାରୁ ୯୦୦ ମିଲିୟନ ଡଲାରର ସହାୟତା ମଧ୍ୟ ଉଠାଇଥିଲେ ନକଭୀ । ତେବେ ଅର୍ଥନୈତିକ ହେରଫେର ପାଇଁ ଅରବାଜ ଗ୍ରୁପ କୋଲାପ୍ସ ହୋଇଥିବା ବେଳେ ବର୍ତ୍ତମାନ ୨୯୧ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ।

Get real time updates directly on you device, subscribe now.