fbpx

ମାଗଣାରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ କିଣିବାର ସୁଯୋଗ ଦେଉଛି Flipkart ! ଜାଣନ୍ତୁ କେଉଁ ଗ୍ରାହକଙ୍କୁ ମିଳିବ ଏହାର ଫାଇଦା

ଫୋନ୍ କିଣିଲା ବେଳେ ଆମେ ନିଜର ବଜେଟ୍ ଦେଖିଥାଉ । ଫୋନର ଫିଚର୍ସ ଦେଖିବା ସହିତ ଫୋନରେ କ’ଣ କ’ଣ ଅଫର ରହିଛି ଓ କିପରି ଶସ୍ତାରେ ଆମେ ଏହାକୁ କିଣିପାରିବା, ତାହା ଉପରେ ଧ୍ୟାନ ଦେଉ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ମାଗଣାରେ ମୋବାଇଲ ମିଳିଯିବ, ତାହାଲେ ଆପଣ ବିଶ୍ୱାସ କରିପାରିବେ କି? କିନ୍ତୁ ଫ୍ଲିପକାର୍ଟରେ  ‘Phone for Free’  ଅଫର ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ଫ୍ଲିପକାର୍ଟରୁ ଯେକୌଣସି ଫୋନ୍ କିଣିବା ଉପରେ ଗ୍ରାହକଙ୍କୁ 100% Moneyback  ଜିତିବାର ସୁଯୋଗ ମିଳିବ । କୁହାଯାଇଛି ଯେ ଏହି ଅଫରର ୧୦୦ ବିଜେତା ହୋଇପାରନ୍ତି । ୧୪ ସେପ୍ଟେମ୍ବର ୨୦୨୧ ରେ ଅଫରର ବିଜେତା ଘୋଷିତ ହେବ ।

ମନୋନୀତ ବିଜେତାମାନଙ୍କୁ ସେମାନଙ୍କର ଫ୍ଲିପକାର୍ଟ ଗିଫ୍ଟ ଭାଉଚର ୨୫ ଅକ୍ଟୋବର ୨୦୨୧ ସୁଦ୍ଧା ଦିଆଯିବ । ଏହା ଗ୍ରାହକଙ୍କ ଦ୍ୱାରା କିଣାଯାଇଥିବା ସ୍ମାର୍ଟଫୋନର ମୂଲ୍ୟ ସହିତ ସମାନ ହେବ ଓ ଏହା ସ୍ମାର୍ଟଫୋନ ମୂଲ୍ୟର ୧୦୦% କ୍ୟାସବ୍ୟାକ୍ ହେବ ।

କିପରି ଜିତିବେ

– ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ, ୨୮ ଅଗଷ୍ଟ ୧୨ଏଏମ ରୁ ୩୧ ଅଗଷ୍ଟ ରାତି ୧୨ ଭିତରେ ଆପଣ ଲଗଇନ୍ କରିପାରିବେ ।

– ନିଜ ପସନ୍ଦର ମୋବାଇଲ କିଣ ।

– ଆପଣଙ୍କ କ୍ରୟ ଉପରେ 100% Moneyback  ଜିତିବାର ସୁଯୋଗ ପାଆନ୍ତୁ ।

– ଫ୍ଲିପକାର୍ଟ  ‘Phone for Free’  ଅଧୀନରେ ଏହି ଅଫରର ଲାଭ ଉଠାଇବାକୁ ଗ୍ରାହକଙ୍କୁ ୧୮ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ ହୋଇଥିବା ଆବଶ୍ୟକ ।

– ଏହା ବ୍ୟତୀତ ଗ୍ରାହକଙ୍କ ପାଖରେ ଫ୍ଲିପକାର୍ଟର ଏକ ବୈଧ ଆକାଉଣ୍ଟ ଥିବା ଆବଶ୍ୟକ । ଯଦି ସେଲ ସମୟରେ ଜଣେ ଗ୍ରାହକ ଏକାଧିକ ସ୍ମାର୍ଟଫୋନ୍ କିଣିଛନ୍ତି, ତେବେ ଫ୍ଲିପକାର୍ଟ  ‘Phone for Free’ ରେ ଗ୍ରାହକଙ୍କ ଦ୍ୱାରା କରାଯାଇଥିବା ପ୍ରଥମ କ୍ରୟକୁ ବିଚାର କରାଯିବ ।

Get real time updates directly on you device, subscribe now.