fbpx

ରାଜଧାନୀରେ ସ୍ଥାପନ ହେବ ICONIC ଆଦର୍ଶ ବିଦ୍ୟାଳୟ; ଗୁରୁଦିବସରେ ଭୂମି ପୂଜନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ଏକ ଆଇକନିକ୍ ଆଦର୍ଶ ବିଦ୍ୟାଳୟ । ଏହି ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ସୁଯୋଗ ମିଳିବ । ୨୫ ଏକର ଅଞ୍ଚଳରେ ଏହି ସ୍କୁଲଟି ପରିବ୍ୟାପ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ସ୍ଥିତ ଅନ୍ଧାରୁଆ ଅଞ୍ଚଳରେ ଏହି ସ୍କୁଲଟି ନିର୍ମାଣ କରାଯିବ । ସ୍କୁଲ ପାଇଁ ସ୍ଥାନ ଚୟନ ସରିଥିବା ନେଇ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ଅବସରରେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.