fbpx

ବଡ଼ ଖବର: ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହେବ । ଏହା ସହିତ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ ।

ତେବେ କରୋନା ପାଇଁ ଦୁଇ ଦୁଇ ଥର ଉପନିର୍ବାଚନ ସ୍ଥଗିତ ରହିଥିଲା । ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୩ ତାରିଖରେ ନାମାଙ୍କନ ଦାଖଲ କରିବାର ପ୍ରକ୍ରିୟା ରହିଛି । ୧୬ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ଚୂଡାନ୍ତ ପ୍ରାର୍ଥୀ ତାଲିକା ପରେ ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ହେବ ।

Get real time updates directly on you device, subscribe now.