fbpx

ବିରଳ ନୀଳ ଚିଙ୍ଗୁଡ଼ି, ୨୦ ଲକ୍ଷ ଚିଙ୍ଗୁଡ଼ି ରେ ଦେଖିବାକୁ ମିଳେ ଗୋଟିଏ

ନୂଆଦିଲ୍ଲୀ: ସମୁଦ୍ରରେ ଅନେକ ମୂଲ୍ୟବାନ ତଥା ଦୁର୍ଲଭ ଜିନିଷ ଲୁଚି ରହିଥାଏ । କିନ୍ତୁ ସେସବୁ ମିଳିବା ଅସମ୍ଭବ । ହେଲେ କିଛି ଭାଗ୍ୟଶାଳୀ ଲୋକ ଥାଆନ୍ତି ଯେଉଁ ମାନଙ୍କ ହାତରେ ଏସବୁ ବହୁମୂଲ୍ୟ ଜିନିଷ ଲାଗିଥାଏ । ସେହି ଜଣେ ଭାଗ୍ୟବାନ ବ୍ୟକ୍ତି ହେଉଛନ୍ତି ରିକି ଗ୍ରୀନହୋ(୪୭) । ସେ ଜଣେ ମତ୍ସଜୀବୀ ହୋଇଥିବା ଭାବେ କାମ କରୁଥିବା ବେଳେ ସ୍କଟଲ୍ୟାଣ୍ଡର ଆବର୍ଦିନ୍ ରେ ରୁହନ୍ତି । ତେବେ ସେ ମାଛ ଧରୁଥିବା ବେଳେ ଏକ ବିରଳ ଚିଙ୍ଗଳୁଡ଼ି ଧରିଛନ୍ତି । ଏହି ଚିଙ୍ଗୁଡ଼ି ଖୁବ୍ କମ୍ ଦେଖିବାକୁ ମିଳେ ।

ଏହାକୁ ଧରିବା ପରେ ସେ କହିଛନ୍ତି ଯେ, ଆଗରୁ ସେ କେବେ ବି ଏପରି ଚିଙ୍ଗୁଡ଼ି ଦେଖିନଥିଲେ । ସେ ୧୪ ବର୍ଷ ହେଲା ମତ୍ସଜୀବୀ ଭାବେ କାମ କରୁଛନ୍ତି । ତେବେ ଏହି ଚିଙ୍ଗୁଡ଼ି ଟି ଦେଖିବାକୁ ନୀଳ ରଙ୍ଗର । ତାର ଶରୀର ଗଠନ ଅନ୍ୟ ଚିଙ୍ଗୁଡ଼ି ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଏଥିରେ ଢ଼େର୍ ମାତ୍ରାରେ ପ୍ରୋଟିନ୍ ଥିବା ମଧ୍ୟ କୁହାଯାଏ । ଏହି ଚିଙ୍ଗୁଡ଼ିକୁ ଦୁର୍ଲଭ ଚିଙ୍ଗଡ଼ି ବୋଲି କୁହାଯାଏ । ଏହି ନୀଳ ରଙ୍ଗର ଚିଙ୍ଗୁଡ଼ି ୨୦ ଲକ୍ଷରେ ଗୋଟିଏ ଦେଖିବାକୁ ମିଳେ । ଗ୍ରୀନହୋ କହିଛନ୍ତି ଯେ, ଏହାର ଓଜନ ୧.୫ କେଜିର ଥିଲା । ସେ ଏହାକୁ ଗୁରୁବାର ଦିନ ଧରିଥିଲେ । ଏହାର ଦାମ୍ ୨୫ ପାଉଣ୍ଡ ଅର୍ଥାତ୍ ୨୫୩୦ ଟଙ୍କା ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.