fbpx

ବିନା ଇଣ୍ଟରନେଟ କନେକ୍ସନରେ ହୋଇପାରିବ ୟୁପିଆଇ ପେମେଣ୍ଟ୍, ଆପଣାନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ୟୁପିଆଇ ପେମେଣ୍ଟ୍ ମୋଡର ବ୍ୟବହାର ଖୁବ୍ ସାଧାରଣ ହୋଇଗଲାଣି । ଏହାର ବହୁଳ ବ୍ୟବହାରର କାରଣ ହେଲା ଏଥିରେ ପେମେଣ୍ଟ ଗୋଟିଏ ଚୁଟକିରେ ହୋଇଯାଉଛି । ଏଥିରେ ଟଙ୍କା ଦେଣନେଣ ଖୁବ୍ ସହଜ । ହେଲେ ଅନେକ ଥର ୟୁଜର ମାନେ ପେମେଣ୍ଟ କରିବା ସମୟରେ ସ୍ଲୋ ଇଣ୍ଟରନେଟ୍ ର ସାମନା କରନ୍ତି । ଯେଉଁଥିପାଇଁ ପେମେଣ୍ଟ ହେବାକୁ ସମୟ ଲାଗେ । ହେଲେ ଏବେ ଏହି ସମସ୍ୟା ଦୂର ହୋଇଯିବ ।

କଣ ଆପଣ ଜାଣିଛନ୍ତି କି ୟୁପିଆଇ ପେମେଣ୍ଟ କରିବା ପାଇଁ ସର୍ବଦା ଇଣ୍ଟରନେଟ୍ କନେକ୍ସନ୍ ର ଆବଶ୍ୟକତା ପଡ଼େ ନାହିଁ ? ଆପଣ ମାନେ ୟୁପିଆଇ ପେମେଣ୍ଟ୍ ଅଫଲାଇନ୍ ମୋଡ୍ ରେ ବି କରିପାରିବେ । ୟୁଜର୍ ମାନେ *99# ୟୁଏସଏସଡି କୋଡ୍ କୁ ବ୍ୟବହାର କରି ଅଫଲାଇନ୍ ରେ ପେମେଣ୍ଟ୍ କରିପାରିବେ । ହେଲେ ଗୋଟିଏ କଥା ହେଉଛି ଅଫଲାଇନ୍ ରେ ପେମେଣ୍ଟ କରିବା ପାଇଁ ୟୁଜର୍ ଙ୍କ ମୋବାଇଲ୍ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସହିତ ଲିଙ୍କ୍ ରହିଥିବା ଆବଶ୍ୟକ ।

ସ୍ଲୋ ଇଣ୍ଟରନେଟ୍ ହେତୁ ଯଦି ଆପଣ ୟୁପିଆଇ ଆପ୍ କୁ ଆକ୍ସେସ୍ କରିପାରୁନାହାନ୍ତି ଓ ୟୁପିଆଇ ଜରିଆରେ ହିଁ ପେମେଣ୍ଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟକୁ ଆପଣାନ୍ତୁ ।

୧. ନିଜ ଫୋନରେ *99# ଡାଏଲ୍ କରନ୍ତୁ ।

୨. ଏହାପରେ ଆପଣ ନିଜ ପସନ୍ଦ ମୁତାବକ ଭାଷା ଚୟନ କରନ୍ତୁ ।

୩. ଅପସନ୍ ସହିତ ମେନୁ ବି ଦେଖିବାକୁ ପାଇବେ । ଯଦି କେବଳ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ତେବେ 1 ଦବାନ୍ତୁ ।

୪. ଏବେ ଯାହା ଜରିଆରେ ରିସିଭର୍ ଙ୍କ ୟୁପିଆଇ ର ଉପଯୋଗ କରିପାରିବେ ସେହି ଅପସନ୍ କୁ ଚୟନ କରନ୍ତୁ । ଯଦି ଆପଣ ମୋବାଇଲ୍ ନମ୍ବରକୁ ବ୍ୟବହାର କରିବାକୁ ଚାହୁଁଚନ୍ତି ତେବେ 1 ଦବାନ୍ତୁ ।

୫. ଏବେ ରିସିଭର୍ ର ବ୍ୟାଙ୍କ୍ ଆକାଉଣ୍ଟ ସହିତ ଜଡ଼ିତ ଥିବା ଫୋନ୍ ନମ୍ବରକୁ ENTER କରନ୍ତୁ ।

୬. ଏବେ କେତେ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତାହା ଲେଖନ୍ତୁ ଓ SEND ଉପରେ କ୍ଲିକ୍ କରନ୍ତୁ ।

୭. ଆଉ ଶେଷରେ ନିଜର ୟୁପିଆଇ ପିନ୍ ଏଣ୍ଟର କରନ୍ତୁ । ଏହାପରେ ବିନା ଇଣ୍ଟରନେଟ୍ କନେକ୍ସନ୍ ରେ ପେମେଣ୍ଟ୍ ପୁରା ହୋଇଯିବ ।

୮. ଆପଣ *99# କୁ ବ୍ୟବହାର କରି ୟୁପିଆଇ ଡିସେବଲ୍ ବି କରିପାରିବେ ।

 

Get real time updates directly on you device, subscribe now.