fbpx

ପୌର ନିର୍ବାଚନ ପାଇଁ ବାଟ ଫିଟିଲା, ବିଧାନସଭାରେ ମ୍ୟୁନିସପାଲ୍ ଆଇନ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ବାଟ ସଫା ହୋଇଛି । ବିଧାନସଭାରେ ଆଜି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଏକଦମ୍ ସଫା ହୋଇଛି । ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ । ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ ।

ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତକୁ ଅତିକ୍ରମ କରିବା ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି, ଏସଟିଙ୍କୁ ସଂରକ୍ଷଣ ପାଇଁ ଦିଆଯିବ । ଏସସି, ଏସଟିଙ୍କୁ ସଂରକ୍ଷଣ ଦିଆଯିବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ । ଅସନର ଅବଶିଷ୍ଟ ଅଂଶକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ । ହେଲେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ କମ୍ ହେବ ନାହିଁ ।

Get real time updates directly on you device, subscribe now.