fbpx

ପାହାଡ଼ରୁ ଖସିଲା ପଥର, ୬ ଶ୍ରଦ୍ଧାଳୁ ଗୁରୁତର

ରାଉରକେଲା, ୨୧ା୨(ଓଡ଼ିଶା ଭାସ୍କର): ଶିବରାତ୍ରୀରେ ଆଜି ରାଉରକେଲା ସ୍ଥିତ ହାତିବାରି ଥାନା କନ୍ଦରକେଲା ଜଟିଆ ବାବା ମନ୍ଦିରରେ ଅଘଟଣ ଘଟିଛି । ସେଠାରେ ମନ୍ଦିରରେ ପୂଜା ଚାଲିଥିବା ସମୟରେ ପାହାଡ଼ରୁ ପଥର ଖସି ପଡ଼ିିଥିବା ସୂଚନା ମିଳିଛି । ପଥର ଖସି ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଆଂଶିକ ଭାବେ ୨୫ଜଣ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ଆହତକଙ୍କୁ ରାଉରକେଲା ସ୍ଥିତ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଏହାସହ ବର୍ତ୍ତମାନ ମଧ୍ୟ ପଥର ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା ରହିଛି । ଏନେଇ ଅଗ୍ନିଶମ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.