fbpx

ଦାମ୍ପତ୍ୟ ଜୀବନକୁ ଏମିତି କରନ୍ତୁ ଦୀର୍ଘସ୍ଥାୟୀ

ସମ୍ପର୍କ ହେଉଛି ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ସମ୍ପର୍କ ଯେତେ ଦୃଢ ହେବ, ପରସ୍ପରଙ୍କ ମଧ୍ୟରେ ଥିବା ବିଶ୍ୱାସ ବଢିବ । ଯଦଓ ଦମ୍ପତିଙ୍କ ମଧ୍ୟରେ ବନ୍ଧୁତା ଅପେକ୍ଷା ଅଧିକ ଦାୟିତ୍ୱ ରହିଥାଏ ତଥାପି ସମ୍ପର୍କରେ ବନ୍ଧୁତ୍ୱ ରହିବା ନିହାତି ଆବଶ୍ୟକ । କାରଣ ଅନେକ ଦାମ୍ପତ୍ୟ ସମ୍ପର୍କରେ ଛୋଟ କଥା ପାଇଁ ଝଗଡା ହୋଇଥାଏ । ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ଦେଖା ଦେଇଥାଏ ଓ ତାହା ଭବିଷ୍ୟତରେ ସମ୍ପର୍କର ଅନେକ କ୍ଷତି କରିବାର ଆଶଙ୍କା ଥାଏ । କିନ୍ତୁ ଯେତେବେଳେ ଆପଣ ସାଥିଙ୍କ ସହ ବନ୍ଧୁତା ସମ୍ପର୍କ ବଜାୟ ରଖିବେ ସେତେବେଳେ ଏକ ଭିନ୍ନ ପ୍ରକାର ବୁଝାମଣା ଦେଖିବାକୁ ମିଳିଥାଏ ।

ସର୍ବଦା କୁଣ୍ଠାବୋଧ ନକରି ନିଜ ସାଥିକୁ ବନ୍ଧୁ ଭାବି ସମସ୍ତ କଥା ସେୟାର କରନ୍ତୁ । ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ନିଜ ସାଥିଙ୍କ ସହ ମନ ଖୋଲି କଥା ହୁଅନ୍ତୁ । ଉଭୟ ସର୍ବଦା ଉଭୟଙ୍କ କଥା ଶୁଣନ୍ତୁ । ପରସ୍ପର, ପରସ୍ପରଙ୍କ ଚିନ୍ତା ଦୂର କରନ୍ତୁ । ଦୁହେଁ ଖୋଲା ସ୍ଥାନରେ ବସି ଦୁହିଁଙ୍କ ଦିନ କିପରି କଟିଲା ସେ ବିଷୟରେ କଥା ହୁଅନ୍ତୁ । ଏପରି କରିବା ଦ୍ୱାରା ସମ୍ପର୍କ ଶକ୍ତିଶାଳୀ ହେବା ସହିତ ଭବିଷ୍ୟତରେ ଦୁହେଁ ମିଶି ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ସକ୍ଷମ ହୋଇଥାନ୍ତି ।

Get real time updates directly on you device, subscribe now.