fbpx

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପ୍ରସଙ୍ଗ; SCBରେ ରାତି ଅଧରେ ପୋଷ୍ଟମର୍ଟମ

କଟକ (ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଛିି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାତି ଅଧରେ ତାଙ୍କର ପୋଷ୍ଟମର୍ଟମ ହୋଇଥିଲା । ରାତି ଅଧରେ ପୋଷ୍ଟ ମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

ତେବେ ଯୁବକ ଜଣଙ୍କ ଚିକିତ୍ସାରେ ଅବହେଳା ତଥା ସରକାରଙ୍କ ଉଦାସୀନତା ଅଭିଯୋଗରେ କୀଟନାଶକ ସେବନ କରିବା ସହିତ ଗତକାଲି ବିଧାନସଭା ଆଗରେ ନିଜର ହାତ କାଟି ଦେଇଥିଲେ । ଯୁବକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ କୁଜଙ୍ଗର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ମିଳୁନଥିବା ନେଇ ଯୁବକ ଜଣଙ୍କ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.