ନୂଆଦିଲ୍ଲୀ: ପୃଥିବୀ ନିକଟକୁ ମାଡି ଆସିଥିବା ୧୦୦୦ ତମ ଗ୍ରହାଣୁକୁ ଚିହ୍ନଟ କରିଛି ନାସା । ପୃଥିବୀ ଠାରୁ ୧.୭ ମିଲିୟନ କିମି ଦୂରରେ ରହିଥିବା ଏହି ଗ୍ରହାଣୁରୁ ନାମ ୨୦୨୧ ପି ଜେ୧ ରହିଛି । ନାସାର ରାଡାର ଜେପିଏଲରେ ଏହି ଗ୍ରହାଣୁଟିକୁ ଚିହ୍ନଟ କରାଯାଇଛି । ତେବେ ଏହି ଗ୍ରହାଣୁ ଠାରୁ ପୃଥିବୀକୁ କୌଣସି ବିପଦ ନଥିବା ନାସା ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ଭାବରେ ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରହାଣରୁ ଆକାର ୬୫ ଫୁଟ ଲମ୍ବ ଏବଂ ୧୦୦ ଫୁଟ ଚଉଡା । ପୃଥିବୀର ନିକଟତର ହୋଇଥିବା ଗ୍ରହାଣୁ ମାନଙ୍କ ମଧ୍ୟରେ ଏହା ୧୦୦୦ତମ ଗ୍ରହାଣୁ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି । କ୍ଷୁଦ୍ର ଆକାର ସତ୍ତେ୍ୱ ଏହି ଗ୍ରହାଣୁକୁ ଚିହ୍ନଟ କରିବାରେ ସଫଳ ହୋଇଥିଲା ଜେପିଏଲ ।
ଏହି ଗ୍ରହାଣୁ ଚିହ୍ନଟର ମାତ୍ର ୭ ଦିନ ମଧ୍ୟରେ ୧୦୦୧ ତମ ଗ୍ରହାଣୁ ଚିହ୍ନଟ କରିଥିଲା ଜେପିଏଲ । ପୃଥିବୀର ୩.୪ ମିଲିୟନ କିମି ଦୂରରେ ରହିଥିବା ଏହି ଗ୍ରହାଣୁର ନାମ ଡବଡ ୨୦୧୬ ଏଜେ ୧୯୩ ରହିଛି । ୨୦୨୧ ପି ଜେ୧ ଠାରୁ ଏହି ଗ୍ରହାଣୁ ଠାରୁ ଅଧିକ ବଡ ବୋଲି ନାସା ପକ୍ଷରୁ କୁହାଯାଇଛି । ୨୦୨୧ ପି ଜେ୧ର ଆକାର ଏକ କ୍ଷୁଦ୍ର ଗ୍ରହାଣୁ ହୋଇଥିବା ବେଳେ ଏହା ପୃଥିବୀ ଠାରୁ ମିଲିୟନ କିମି ଦୂରରେ ରହିଛି । ଏତେ ଦୂରରେ ରହିଥିବା ସତ୍ତେ୍ୱ ବି ଜେପିଏଲ ରାଡାରରେ ଏହାକୁ ଚିହ୍ନଟ କରାଯାଇପାରିଥିଲା । ଏହି ଆବିଷ୍କାର ଭବିଷ୍ୟତରେ ଆମକୁ ଅଧିକ ସଫଳତା ପ୍ରଦାନ କରିବ ବୋଲି ନାସା ଆଷ୍ଟେରଏଡ ରାଡାର ରିସର୍ଚ୍ଚ ପ୍ରୋଗ୍ରାମ ମୁଖ୍ୟ ଲାନ୍ସ ବେନ୍ନର କହିଛନ୍ତି ।
ଏହି ରାଡାର ଦ୍ୱାରା ୧୯୬୮ରେ ପ୍ରଥମ ଗ୍ରହାଣୁ ଆବିଷ୍କାର କରାଯାଇଥିଲା । ଏହି ରାଡାର ଦ୍ୱାରା ଗ୍ରହାଣୁ ଗୁଡିକର ଆକାର, ଘୂର୍ଣ୍ଣାୟମାନ କ୍ଷମତା ଏବଂ ଏଥିରେ ରହିଥିବା ଉପଗ୍ରହ ଗୁଡିକ ସମ୍ପର୍କରେ ସୂଚନା ମିଳିଥାଏ । ପୃଥିବୀର ସୁରକ୍ଷା ପାଇଁ ଏନଇଏ ରାଡାରର ଗୁରୁତ୍ୱ ଅଧିକ ରହିଛି । ନାସାର ଏନଇଏ ପ୍ରୋଗ୍ରାମ ଦ୍ୱାରା ଏହି ଗ୍ରହାଣୁ ଗୁଡିକ ଚିହ୍ନଟ କରାଯିବା ସହିତ ସତର୍କତା ଆପଣା ଯାଇଥାଏ । ୭୦ ମିଟର ଡିପ୍ ସ୍ପେସ ଷ୍ଟେସନ ୧୪ର ଆଣ୍ଟେନା ଦ୍ୱାରା ଗ୍ରହାଣୁ ଗୁଡିକର ଚୟନ କରାଯାଇଥାଏ ।