fbpx

ସତ ଦେଖାଇବାରୁ ସାମ୍ଭାଦିକଙ୍କୁ ନିର୍ମମ ମାଡ଼, ଶରୀରରୁ ଉତୁରିଯାଇଛି ଛାଲ; ଦେଖନ୍ତୁ ତାଲିବାନୀଙ୍କ ଅତ୍ୟାଚାରର ଚିତ୍ର

କାବୁଲ: ଆଫଗାନିସ୍ତାନ ଉପରେ ବର୍ତ୍ତମାନ ତାଲିବାନୀ ଆତଙ୍କବାଦୀଙ୍କ ରାଜ୍ ଚାଲିଛି । ତାଲିବାନୀ ମାନେ ମହିଳା ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ସତ ହେଲେ ସାମ୍ଭାଦିକ ମାନେ ମଧ୍ୟ ଏବେ ସେମାନଙ୍କ କୋପରୁ ବର୍ତ୍ତିପାରିନାହାନ୍ତି । ଦୁନିଆକୁ ତାଲିବାନୀଙ୍କ ସତ ଦେଖାଇବା ସେମାନଙ୍କ ପାଇଁ ଏବେ ସଜ୍ଜା ହୋଇଯାଇଛି । ପାକିସ୍ତାନ, ତାଲିବାନକୁ କଣ କଣ ସହାୟତା କରୁଛି ତାହା କାହାଠାରୁ ଲୁଚିକି ନାହିଁ । ହେଲେ ତାଲିବାନ ମାନେ ଚାହୁଁନି ଯେ, ଆଫଗାନିସ୍ତାନର ସାମ୍ଭାଦିକ ମାନେ ଏସବୁ ସମ୍ପର୍କରେ ଛାପନ୍ତୁ କିମ୍ବା ପ୍ରସାରଣ କରନ୍ତୁ ।

ଏହି କାରଣରୁ ଆଫଗାନିସ୍ତାନ ରେ ହୋଇଥିବା ପାକିସ୍ତାନୀ ବିରୋଧୀ ଆନ୍ଦୋଳନର କଭରେଜ୍ କରୁଥିବା ସମୟରେ କିଛି ଆଫଗାନୀ ସାମ୍ଭାଦିକଙ୍କୁ ଉଠାଇ ନେଇ ଗିରଫ କରିଛନ୍ତି ଓ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ସେମାନଙ୍କୁ ଖୁବ୍ ଜୋରରେ ମାଡ଼ ମାରିଛନ୍ତି ଯାହାଦ୍ୱାରା ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଚିହ୍ନ ହୋଇଛି । ତେବେ ତାଲିବାନ ମାନଙ୍କ ଦ୍ୱାରା ମାଡ଼ ମରାଯାଇଥିବା କିଛି ଫଟୋ ଏବେ ସାମନାକୁ ଆସିଛି ।

ଏହି ଫଟୋ ଏବେ ସଭିଙ୍କୁ ତାଜୁବ୍ କରିଛି । ଫଟୋରେ ଦୁଇଜଣ ସାମ୍ଭାଦିକ ରହିଛନ୍ତି । ସେମାନଙ୍କ ଗୋଡ଼ ଓ ପିଟିରେ ଖୁବ୍ ଜୋରରେ ମାଡ଼ ମରାଯାଇଥିବା ଦାଗ ରହିଛି । ରକ୍ତ ବାହାରିବା ପରି ଦେଖାଯାଉଛି । ଏହି ଲୋମଟାଙ୍କୁରା ଫଟୋକୁ ଦେଖିଲେ ତାଲିବାନି ମାନଙ୍କ ଅତ୍ୟାଚାରର କ୍ରୁର ସତ ବାରି ହେଉଛି । ତେବେ ଏହି ଫଟୋକୁ ନ୍ୟୁୟର୍କ ଟାଇମ୍ସର ଜଣେ ରିପୋର୍ଟର୍ ଟୁଇଟର୍ ଆକାଉଣ୍ଟରେ ସେୟାର୍ କରିିଛନ୍ତି ।

Get real time updates directly on you device, subscribe now.