fbpx

ଏକେ-୪୭ ଡରରେ ଦୌଡ଼ିବ ଅର୍ଥନୀତି, ଏ ମହାଶୟ ହେଉଛନ୍ତି ଆଫଗାନିସ୍ତାନ ସେଣ୍ଟ୍ରାଲ୍ ବ୍ୟାଙ୍କର ମୁଖ୍ୟ ହାଜୀ ମହମ୍ମଦ୍ ଇଦରିସ୍

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନିଙ୍କ ରାଜ୍ ଚାଲିଛି । ଏବେ ଆପଣ ମାନେ ଆଫଗାନିସ୍ତାନରେ ନୁତନ ଭାବରେ ଗଠନ ହେଉଥିବା ସରକାର ସମ୍ପର୍କରେ ଅବଗତ ହୋଇସାରିଥିବେଣି ନିଶ୍ଚୟ । ଖାଲି ସେତିକି ନୁହେଁ ପିଏମ୍, ଡେପ୍ୟୁଟି ପିଏମ୍ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ପର୍ଯ୍ୟନ୍ତ କ୍ୟାବିନେଟ୍ ରେ ୧୪ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ରର କଳାସୂଚୀ ଯେଉଁଥିରେ କେବଳ ଆତଙ୍କବାଦୀ ହିଁ ରହିଛନ୍ତି ।

ତେବେ ଏହାରି ଭିତରେ ଆଫଗାନିସ୍ତାନର ସେଣ୍ଟ୍ରାଲ୍ ବ୍ୟାଙ୍କ “ଦ ଆଫଗାନିସ୍ତାନ ବ୍ୟାଙ୍କ”ର ବନ୍ଧୁକଧାରୀ ଚିଫ୍ ହାଜୀ ମହମ୍ମଦ୍ ଇଦରିସ୍ ଙ୍କ ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । ଏଥିରେ ସେ ଅଫିସ୍ ରେ ଏକେ-୪୭ ଧରି ଲାପଟପ୍ ପାଖରେ ବସିଛନ୍ତି । ନିକଟରେ ତାଲିବାନି ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ୍, ଇଦରିସଙ୍କୁ ବ୍ୟାଙ୍କର ମୁଖ୍ୟ ଭାବରେ ଘୋଷଣା କରିଛନ୍ତି । ଭାରତର ରିଜର୍ଭ ବ୍ୟାଙ୍କ ଭଳି ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ରହିଛି । ବ୍ୟାଙ୍କିଙ୍ଗ ସେକ୍ଟର୍ ସହିତ ଅର୍ଥବ୍ୟବସ୍ଥା ବି ଏହା ଦ୍ୱାରା ପରିଚାଳିତ ହୁଏ ।

 

Get real time updates directly on you device, subscribe now.