fbpx

ବିଜେପିକୁ ଚଖମା ଦେଇ ୟୁପି ନିର୍ବାଚନ ମଇଦାନକୁ ଓହ୍ଲାଇ ଶିବସେନା, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା

ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା

ମୁମ୍ବାଇ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ ହୋଇଥିବା କ୍ଷେତ୍ରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଶିବସେନା ତରଫରୁ ବିଜେପିକୁ ଟାର୍ଗେଟ୍‌ କରି କୁହାଯାଇଛି କି ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ଭୂଶୁଡି ପଡିଛି । ବିଜେପି ସରକାରରେ ମହିଳାମାନେ ଅଧିକ ଅସୁରକ୍ଷିତ ହୋଇପଡିଥିବା ଶିବସେନା ଅଭିଯୋଗ କରିଛି । ଦାରୁଲଶଫା ଠାରେ ହୋଇଥିବା ଦଳର କ୍ଷେତ୍ରୀୟ ବୈଠକରେ ପ୍ରଦେଶ ମୁଖ୍ୟ ଠାକୁର ଅନିଲ ସିଂ କହିଥିଲେ କି ୟୁପି ବିଜେପି ସରକାର ବ୍ରାହ୍ମଣ ମାନଙ୍କ ସହ ଠିକ୍‌ ବ୍ୟବହାର କରୁନାହିଁ । ଏହାସହ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଯୋଗୀ ସରକାର କୌଣସି ପଦକ୍ଷେପ ନେଉ ନଥିବା କଥା ସେ ଅଭିଯୋଗ କରିଛନ୍ତି । ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଦଳ ଯୋଗୀ ସରକାରଙ୍କୁ ଘେରିବ ବୋଲି ଠାକୁର ଅନିଲ ସିଂ କହିଛନ୍ତି ।

Get real time updates directly on you device, subscribe now.