fbpx

କରୋନା ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ୍ ଡେଥ୍ ଭାବରେ ଧରାଯିବା: ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାରା ଦେଶରେ ଭୟର ବାତାବରଣ ଲାଗି ରହିଛି । ପ୍ରତି ମୁହୂର୍ତ୍ତରେ କେହି ନା କେହି ଏଥିରେ ପ୍ରାଣ ହରାଉଛନ୍ତି । ଚୀନରୁ ଉତ୍ପତ୍ତି ହୋଇଥିବା ଏହି ମହାମାରୀ ବିଶ୍ୱରେ ବ୍ୟାପିବାରେ ଲାଗିଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ମୃତ୍ୟୁ ହେଲେ କ୍ଷତି ପୂରଣ ଦିଆଯିବା କଥା ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ତେବେ ଏହାକୁ ନେଇ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ସରକାର କହିଛନ୍ତି କୋଭିଡ୍ ପଜିଟିଭ୍ ହେବାର ୩୦ ଦିନ ମଧ୍ୟରେ ଯଦି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଉଛି ତେବେ ଏହାକୁ କୋଭିଡ୍ ଡେଥ୍ ଭାବରେ ଧରାଯିବ । ଏଥିସହିତ ଡେଥ୍ ସାର୍ଟିଫିକେଟ୍ ରେ କୋଭିଡ୍ କାରଣୁ ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ କରାଯିବ । ଏହି ସୂଚନା ଶୁକ୍ରବାର ଦିନ କେନ୍ଦ୍ର ସରକାର ଏକ ଆଫିଡେଭିଟ୍ ଫାଇଲ୍ କରି ସୁପ୍ରିମକୋର୍ଟକୁ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜୁନ୍ ୩୦ ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଡାକ୍ତରଖାନା କିମ୍ବା ଅନ୍ୟାନ୍ୟ ସ୍ଥାନରେ କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କୁ କୋଭିଡ -୧୯ କାରଣରୁ ମୃତ୍ୟୁ ବୋଲି ବିବେଚନା କରାଯିବା ଉଚିତ। ଏହା ସହିତ ସରକାରଙ୍କୁ ଏ ସମ୍ପର୍କରେ ସ୍ପଷ୍ଟ ରୂପରେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର ସେପ୍ଟେମ୍ବର ୩ ରେ ଏକ ନୂତନ ଗାଇଡଲାଇନ ଜାରି କରିଛି। ବର୍ତ୍ତମାନ କୋଭିଡ -୧୯ କାରଣରୁ ମୃତ୍ୟୁ ପାଇଁ ସରକାର ଏକ ସର୍କୁଲାର ଜାରି କରିଛନ୍ତି, ଯାହା ଅନୁଯାୟୀ କରୋନା ନିଶ୍ଚିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ପରୀକ୍ଷଣର ୩୦ ଦିନ ମଧ୍ୟରେ ଯଦି ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ ତାକୁ କୋଭିଡ୍ ମୃତ୍ୟୁ ଭାବରେ ବିବେଚନା କରାଯିବ ।

ନୂତନ କରୋନା ଡେଥ୍ ଗାଇଡଲାଇନ୍ ଅନୁସାରେ, ଆରଟିପିସିଆର୍ ଟେଷ୍ଟ କିମ୍ବା ଆଣ୍ଟିଜେନ୍ ଟେଷ୍ଟ୍ କରିବା ପରେ ଯଦି କୋଭିଡ୍ ଚିହ୍ନଟ ହେଉଛନ୍ତି ତେବେ ଯାଇ ଏହାକୁ କୋଭିଡ୍ ବୋଲି ଧରାଯିବ । ଏହା ବ୍ୟତୀତ, ଯଦି ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବାପରେ ବିଷ, ଆତ୍ମହତ୍ୟା କିମ୍ବା ଦୁର୍ଘଟଣା, ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ ବି ଏହାକୁ କୋଭିଡ ମୃତ୍ୟୁରେ ବିବେଚନା କରାଯିବ ନାହିଁ ।

Get real time updates directly on you device, subscribe now.